କୋରାପୁଟ: ପ୍ରବଳ ବର୍ଷା ସତ୍ତ୍ୱେ ଖଣିଖନନକୁ ପ୍ରବଳ ବିରୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗା ମାଳି ପର୍ବତରୁ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ବକ୍ସାଇଟ ଖନନ କରାଯାଇ ବେଦାନ୍ତ କମ୍ପାନିକୁ ଦିଆଯାଉଛି। ମାଳି ପର୍ବତରୁ ଖଣି ଖନନ କରାଯିବା ପର ଠାରୁ ଅଞ୍ଚଳର ପ୍ରାୟ ୨୦ ଖଣ୍ଡ ଗାଁର ଗ୍ରାମବାସୀ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଚାଷ ଗାଁ ଗୁଡିକରେ ମାଳି ପର୍ବତରୁ ମାଟି ପାଣି ପ୍ରବାହିତ ହେଉଥିବା କାରଣରୁ ଧାନ ଓ ମକା ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ଚାଷିା ଖଣି ଖନନ କରିବାର ଜଦି ଥିଲା ତାହେଲେ କାହିଁକି ସମସ୍ତ ଗାଁର ଲୋକଙ୍କୁ ମେଳି କରି ପଲ୍ଲିସଭା କରାଗଲା ନାହିଁ। ଭିତରିଆ ଭାବେ ପଲ୍ଲିସଭା କରି ରାଜ୍ୟସରକାର ଖଣିନିଗମ ଦ୍ୱାରା ଟେଣ୍ଡର କରି ମୈତ୍ରୀ କମ୍ପାନିକୁ ବକ୍ସାଇଟ୍‌ ଉତ୍ତୋଳନ କରିବା ସକାଶେ ଅନୁମତି ଦେଲା। କମ୍ପାନି ଆସିବା ପରେ ଅଞ୍ଚଳର ଭାଇଚାରା ସଂମ୍ପୁର୍ଣ ଭାବେ ନଷ୍ଟ ହୋଇଯାଇଛି। ଗାଁ ଗାଁରେ ପ୍ରଭାବଶାଳି ବ୍ୟକ୍ତିଙ୍କୁ ଭଡାଟିଆ ଭାବେ ରଖି ଶିକ୍ଷିତ ବେକାର ମାନଙ୍କୁ ଗୁରୁତ୍ୱ ଦିଆଯାଇନାହିଁ। କଥାକଥାକେ ସାଧାରଣ ଲୋକଙ୍କୁ ପୁଲିସର ଭୟ ଦେଖାଇ ଖଣି ଉତ୍ତୋଳନ କରୁଛି ସଂମ୍ପୃକ୍ତ କମ୍ପାନି। ବର୍ତ୍ତମାନ କିନ୍ତୁ ଆଉ ଭୟକରିବାର ନାହିଁକି ନିରବ ରହିବାର ସମୟ ନାହିଁ।

ଏମିତିରେ ମଧ୍ୟ ଆମମାନଙ୍କର ଜୀବନ ଜିବିକା ପ୍ରଭାବିତ ହୋଇଯାଇଛି। ତେଣୁ ଜୀବନ ଚାଲିଯାଉ ପଛେ ଆଉ ଆମ ଅଧିକାର ଛାଡିବୁ ନାହିଁ। ଏମିତି ଅନେକ ଅଭିଯୋଗ କରି ଖଣିତଳି ରାସ୍ତାକୁ ସମ୍ପୁର୍ଣ ଭାବେ ପ୍ରଭାବିତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲୋ ମହିଳା ମାନେ ଏତେ ରାଗିକି ଥିଲେ ଯେ କାହାରିକୁ ମଧ୍ୟ ଖାତିର କରିନଥିଲେ। ଦିନ ତମାମ ପ୍ରବଳ ବର୍ଷା ସତ୍ତ୍ୱେ ଗୋଟିଏ ହାତରେ ଥିଲା ବିଭିନ୍ନ ପ୍ରକାର ପ୍ଲାଏ କାର୍ଡ ଓ ଅନ୍ୟ ହାତରେ ଥିଲା ଛତାା ସଂଧ୍ୟା ୫ଟା ପର୍ଯ୍ୟନ୍ତ କିଛି ନଖାଇ ନପିଇ ମହିଳା ମାନେ ଦିନ ତମାମ୍‌ ରାସ୍ତା ଉପରେ ଠିଆ ହୋଇ ରାସ୍ତା ଜାମ୍‌ କରିଥିବା କାରଣରୁ ଶୁକ୍ରବାର ମାଳି ପର୍ବତରୁ ବକ୍ସାଇଟ୍‌ ପରିବହନ ହୋଇପାରିନଥିଲାା

ସମ୍ବନ୍ଧିତ ଖବର