ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗାଁଲୋକେ

ବ୍ରହ୍ମବରଦା: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ‌ବଉଳାଘାଇ ଦାଣ୍ଡି‌ଠାରେ ଆଜି ଏକ ପ୍ରେମୀ ଯୁଗଳଙ୍କୁ ଗାଁଲୋକେ ଗଛରେ ବାନ୍ଧି ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଗାଁ ଲୋକେ ପ୍ରେମିକକୁ ପୁଲିସ ଜିମା ଦେଇଥିବା ବେଳେ ମହିଳାଙ୍କୁ ଛାଡ଼ି ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ପ୍ରକାଶ ଯେ, ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ମହେଶ୍ବରପୁର ପଞ୍ଚାୟତ ବଜାରଘାଟ ଅଞ୍ଚଳର ଜଣେ ଯୁବକ(୨୮)ଙ୍କର ବଉଳାଘାଇ ଦାଣ୍ଡିର ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ମହିଳା ଜଣକ ପୂର୍ବରୁ ବିବାହ କରିଥିବା ବ‌େଳେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଦେଇଥିଲେ। ବାପ ଘରେ ରହୁଥିବା ଏହି ମହିଳାଙ୍କର ଆଠ ବର୍ଷର ଗୋଟିଏ ପୁଅ ଅଛି। କିଛି ଦିନ ପୂର୍ବରୁ ସମ୍ପୃକ୍ତ ଯୁବକଙ୍କ ସହ ମହିଳାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଜି ସଂଧ୍ୟାରେ ଯୁବକ ଜଣକ ମହିଳାଙ୍କ ଘରେ ଥିବା ବେଳେ ପଡ଼ୋଶୀମାନେ ତାଙ୍କୁ ଓ ମହିଳାଙ୍କୁ ଧରି ଗଛରେ ବାନ୍ଧି ଦେଇଥିଲେ। ଉଭୟ ଗଛରେ ବନ୍ଧା ହୋଇଥିବା ବ‌େଳେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପରେ ଲୋକମାନେ ଯୁବକଙ୍କୁ ବ୍ରହ୍ମବରଦା ଫାଣ୍ଡି ଜିମା ଦେଇଥିବା ବେଳେ ମହିଳାଙ୍କୁ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର