ନିରପେକ୍ଷ ତଦନ୍ତ ନ କରାଗଲେ ରାଜରାସ୍ତା ଅବରୋଧ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

ଆଠଗଡ: କଟକ ଜିଲ୍ଲା ତିଗିରିଆ ଥାନା ଅଧିକାରୀଙ୍କ ପକ୍ଷ ପାତି ନୀତି ଯୋଗୁଁ ଭିରୁଡା ଗ୍ରାମବାସୀ ହଇରାଣ ହରକତ ହେଉଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ନ କରାଗଲେ ଗ୍ରାମବାସୀ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ଅବରୋଧ କରିବେ ବୋଲି ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଲୋକ ରଂଜନ ରାୟଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରକାଶ ଯୋଗ୍ୟ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ସରପଞ୍ଚ ବିରୁଦ୍ଧରେ ଗତ ୧୧ ତାରିଖରେ  ତିଗିରିଆ ଥାନାରେ ଅଭିଯୋଗ ହୋଇଥିଲା।  ଥାନା କର୍ତ୍ତୃପକ୍ଷ କୈଣସି ପଦକ୍ଷେପ ଗ୍ରହଣ ନ କରିବାରୁ  ୧୩ ତାରିଖରେ ସରପଞ୍ଚ ସମ୍ପର୍କୀୟ ମାନେ ମିଳିତ ଭାବେ ମଦ୍ୟପାନ କରି ଗ୍ରାମରେ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହ ପ୍ରତିବାଦ କରିବାରୁ ଦାଶରଥି ପରିଡା ଓ ସୁରେନ୍ଦ୍ର ପରିଡା ଙ୍କୁ ଆକ୍ରମଣ କରିଥିଲେ । ଘଟଣାର ସମ୍ପର୍କରେ ଦାଶରଥି ପରିଡା ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତିଗିରିଆ ଥାନା କେଶ ନମ୍ବର ୩୫/୨୧।

ସେହିପରି ଅପର ପକ୍ଷରୁ ସୁଧାକର ଜେନା ମଧ୍ୟ ତିଗିରିଆ ଥାନାରେ ଅନୁରୁପ ଅଭିଯୋଗ କରିଥିଲେ । ଥାନା କେଶ ନମ୍ବର ୩୪/୨୧।  ଗତ ୧୩ ତାରିଖ ରୁ ଅଭିଯୋଗ ପରେ ତିଗିରିଆ ପୁଲିସ ଦାଶରଥି ଓ ସୁରେନ୍ଦ୍ର ଙ୍କ ପରିବାର କୁ ସୁରକ୍ଷା ଦେବା ପରିବର୍ତ୍ତେ ସରପଞ୍ଚ ଙ୍କ ପ୍ରରୋଚନାରେ ସାହିର ମହିଳା ମାନଙ୍କ ସ୍ବାମୀ ମାନଙ୍କୁ ଗିରଫ କରିବା ପାଇଁ ପ୍ରତ୍ୟେକ ରାତିରେ କବାଟ ବାଡେଇ ସ୍ତ୍ରୀ ଲୋକମାନଙ୍କୁ ଧମକ ଚମକ ଦେଉଛନ୍ତି। ଫଳରେ ଗ୍ରାମବାସୀ ଭୟରେ ରହିବା ସହ ହଇରାଣ ହରକତ ହେଉଥିବା ନେଇ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଲିଖିତ ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ନ କରାଗଲେ ଗ୍ରାମବାସୀ ପୁରୁଣା କଟକ ସମ୍ବଲପୁର ରାସ୍ତା କୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହାର ଏକକିତା ନକଲ ଜିଲ୍ଲାପାଳ, ଗ୍ରାମାଞ୍ଚଳ ଏସ ପି, ଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି। ଏ ବିଷୟରେ ତିଗିରିଆ ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳ ଙ୍କୁ ଯୋଗାଯୋଗ କରିବାରେ ଉଭୟଙ୍କ ଅଭିଯୋଗ ରେ କେଶ ହୋଇଥିବା ବେଳେ ଉଭୟଙ୍କୁ ଥାନାକୁ ଡାକି ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା ବେଳେ କେହି ନ ଆସିବାରୁ ପୋଲିସ ଆଇନ ଅନୁଯାୟୀ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର