୧୮୦୦ ‌ଲିଟର ଦେଶୀ ମଦ ଜବତ, ୨ ଗିରଫ

ପୁରୀ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ତତ୍ୱବାଧାନରେ ତଥା ସାତପଡ଼ା ଅବକାରୀ ଏସଆଇ ବିନୋଦ ବାସ୍କେଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଂଚଳରେ ଚଢ଼ଉ କରାଯାଇ ବେଆଇନ ଭାବେ ନିଶା କାରବାର କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ଜଣେ ଫେରାର ହୋଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ପାଉଚ ଦେଶୀ ମଦ ଜବତ କରାଯାଇଛି। ସେମାନେ ହେଲେ ପଥରଗୁଞ୍ଜ ଗ୍ରାମର ବିକାଶ କୁମାର ବିଶ୍ୱାଳ (୨୯) ଓ ଅଁଳାକୁଡ଼ା ଗ୍ରାମର ତପନ କୁମାର ଜେନା (୪୦)।

ବିକାଶ ଠାରୁ ୧୨୦୦ ଲିଟର ଓ ତପନ ଠାରୁ ୬୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି। ଫେରାର ଅଭିଯୁକ୍ତ ହେଉଛି ରତାମାଟି ଗ୍ରାମର ଟିଲୁ ପଲେଇ (୩୨)। ଟିଲୁ ୧୦୦୦ ଲିଟର ଦେଶୀ ରନ୍ଧା ମଦ ଛାଡି ଚଢ଼ଉ ସମୟରେ ଘଟଣାସ୍ଥଳରୁ ଫେରାର ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ପୃଥକ ପୃଥକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଏସଆଇ ରଙ୍କନିଧି ମଲ୍ଲିକ, କନେଷ୍ଟବଳ ଡୁଙ୍ଗ ଡୁଙ୍ଗ, ସଞ୍ଜିବ ହସ୍ତୀ, ପ୍ରବୀଣ, ଅଭିଜିତ ପ୍ରଧାନ ପ୍ରମୁଖ ସାମିଲ ଥିଲେ l

ସମ୍ବନ୍ଧିତ ଖବର