ବିପୁଳ ପରିମାଣର ଦେଶୀ ରନ୍ଧା ମଦ ସହ ବାଇକ ଜବତ, ୪ ଗିରଫ

ଭଦ୍ରକ: ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ  ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ସହ ବାଇକ ଜବତ ହୋଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ କ୍ଷୀତିଶ ଦାସ ଓ ଧନେଶ୍ୱର ବରାଡ଼ ଏବଂ  ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା  ଅନ୍ତର୍ଗତ ପଢୁଆଁ ବଜାର, ଚୁଡ଼ାମଣି ମେରାଇନ ଥାନା ଅନ୍ତର୍ଗତ ଚୁଡ଼ାମଣି ଗ୍ରାମ ଓ ଚୁଡ଼ାମଣି ଜେଠି ରୋଡ଼ ଏବଂ ନାଇକାଣିଡ଼ିହି ଥାନା ଅନ୍ତର୍ଗତ ବିଦେଇପୁର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୧୯୦ ଲିଟର ଦେଶୀ ରନ୍ଧା ମଦ ଓ  ଗୋଟିଏ ବାଇକ୍‌ (ଓଡି୦୧ ଆର୍‌-୦୫୭୨) ଜବତ କରାଯାଇଛି।
ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ, ଭବେଶ ଦାସ ଓ ଦୀପକ କୁମାର ରାଉତ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଶିବପ୍ରସାଦ ସାହୁ, ପରେଶ ଟୁଡୁ, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି ।
ସମ୍ବନ୍ଧିତ ଖବର