ଅବକାରୀ ଚଢ଼ାଉ: ୪୪୫୦ ଲିଟର ପୋଚ ନଷ୍ଟ, ୫୪୦ ଲିଟର ଦେଶୀ ମଦ ଜବତ

ବୋରିଗୁମ୍ମା: କୋରାପୁଟ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ହୋଇଥିଲା। କୋରାପୁଟ ଅବକାରୀ ଅଧିକ୍ଷକ ଲକ୍ଷ୍ମୀଧର ପରିଡାଙ୍କ ନିର୍ଦେଶ କ୍ରମେ ଅବକାରୀ ଓ ପୁଲିସ ବୋରିଗୁମ୍ମା ବ୍ଲକର ଦେଶୀ ମଦର କୁଟୀର ଶିଳ୍ପ କୁହାଯାଉଥିବା ଲୋଦିଯୋଡି ଓ ହାଟଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ପ୍ରସ୍ତୁତ ନିମନ୍ତେ ପୋଚକୁ ନଷ୍ଟ କରିଛନ୍ତି ଉଭୟ ପୁଲିସ ଓ ଅବକାରୀ କର୍ମଚାର।

ଅତିରିକ୍ତ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁଙ୍କ ଉପସ୍ଥିତରେ ଅବକାରୀ ଚଡଉ ହୋଇଥିଲା। ଲୋଦିଯୋଡି ଓ ହାଟଗୁଡା ଓ ବଣ ଜଙ୍ଗଲରେ ଚୋରା ଦେଶୀ ମଦ ପ୍ରସ୍ତୁତ କରି ବ୍ଲକର ବିଭିନ୍ନ ଅଞ୍ଚଳକୁ ଚାଲାଣ କରିଥାନ୍ତି। ମୋଟ ୪୪୫୦ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୫୪୦ ଲିଟର ଚୋରା ଦେଶୀ ମଦ ଜବତ କରିଥିବା ସୂଚନା ଦେଇଛନ୍ତି ବୋରିଗୁମ୍ମା ଭାରପ୍ରାପ୍ତ ଅବକାରୀ କେ.ତ୍ରିପତି ପଟ୍ଟନାୟକ।

ତେବେ ଏତେ ବଡ଼ ଅବକାରୀ ଚଢ଼ାଉରେ କୌଣସି ମଦ ମାଫିଆକୁ ଧରିବାରେ ଉଭୟ ପୁଲିସ ଓ ଅବକାରୀ ବିଭାଗ ବିଫଳ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୟପୁର ଅବକାରୀ ଇନ୍ସପେକ୍ଟର ବିମ୍ବାଧର ପଣ୍ଡା, କୋଟପାଡ଼ ଓ ବୋରିଗୁମ୍ମା ଅବକାରୀ କର୍ମଚାରୀ ଓ ପୁଲିସ ତରଫରୁ ଏ ଏସ ଆଇ ପ୍ରଫୁଲ୍ଲ ସାହୁ ଅବକାରୀ ଚଢ଼ାଉରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର