ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ପକ୍ଷରୁ ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ରନ୍ଧାଯାଉଥିବା ଦେଶୀ ମଦ ଭାଟି ଉପରେ ଚଢାଉ କରାଯାଇଛି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାଵାଡା ପଞ୍ଚାୟତର ଗୁଣ୍ଠାଵାଡା,ଗୋଲାପିଗୁଡା, କମାରଗୁଡା, ଭଳି ଅଂଚଳରେ ଦେଶୀ ମଦ ଭାଟି ଚାଲୁଥିବା ନେଇ ପୁଲିସ ନିକଟରେ ଖବର ମିଳିଥିଲା। ଚୋରା ମଦ ବେପାରୀମାନେ ମଦ ପ୍ରସ୍ତୁତ କରୁଥିବା ବେଳେ ପୁଲିସ ଚଢାଉ କରିଥିଲା। ଯାହାଫଳରେ ୧୮ ଶହ ଲିଟର ପୋଚକୁ ନଷ୍ଟ କରାଯାଇଥିବା ବେଳେ ୬ ଶହ ଲିଟରରୁ ଉର୍ଦ୍ଧ୍ବ ପରିମାଣର ଦେଶୀ ମଦ ଜବତ କରାଯାଇଛି। କରୋନା ସମୟରେ ଲୋକେ ଦେଶୀ ମଦ ପିଇ ପରିବାର ଲୋକଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ ହେବା ପରେ ପୁଲିସର ଘନ ଘନ ଚଡାଉ ଆରମ୍ଭ ହୋଇଛି। ଏହି ଚଢାଉରେ ଏଏସଆଇ ରାଜେନ୍ଦ୍ର ପାଙ୍ଗି, କନେଷ୍ଟବଲ ପ୍ରକାଶ ଖରା, ହୋମଗାର୍ଡ ମଳୟ ଦୀପ, ଭୀମ ବାଘ ପ୍ରମୁଖ ଉପସ୍ଥିତ ଥିଲେ।
ଦେଶୀ ମଦଭାଟି ଉପରେ ଚଢାଉ; ୬ ଶହ ଲିଟରରୁ ଉର୍ଦ୍ଧ୍ବ ପରିମାଣର ଦେଶୀ ମଦ ଜବତ
/sambad/media/post_attachments/wp-content/uploads/2021/05/Chitrakonda-mada-jabat-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)