କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ଡିମ୍ବୋ ପଞ୍ଚାୟତର ଡିମ୍ବୋ ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଖରାପ ହୋଇଥିବାରୁ ପାଞ୍ଚଦିନ ହେଲା ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହଉଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରକଳ୍ପ ମରାମତି କରାଯାଉ ନାହିଁ। ଆଜି ଗ୍ରାମର ଶତାଧିକ ମହିଳା ପ୍ରଥମେ ସରପଞ୍ଚ ଓ ପରେ ପିଇଓଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।

Advertisment

ସମସ୍ୟା ସମାଧାନ ନ ହେବାରୁ ଶତାଧିକ ମହିଳା ଓ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟର ଫାଟକରେ ତାଲା ପକାଇ ଦେଇଥିଲେ। ଏନେଇ ଡିମ୍ବୋ ପଞ୍ଚାୟତର ପିଇଓ କ୍ଷେତ୍ରବାସୀ ଜେନାଙ୍କୁ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍‌ ଲାଗି ନଥିଲା। ସରପଞ୍ଚ ଅଞ୍ଜଳି ନାଏକଙ୍କୁ ପଚାରିବାରୁ, ଖୁବଶୀଘ୍ର ପ୍ରକଳ୍ପ ମରାମତି କରାଯାଇ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ।