ଏହି ୩ ଜିଲ୍ଲାରେ କୋହଳ ହେବ ଲକଡାଉନ କଟକଣା,ଖୋଲିବ ସବୁ ଦୋକାନ

ଭୁବନେଶ୍ୱର: ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକଡାଉନକୁ କୋହଳ କରାଯାଇଛି | ନୂଆପଡା, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରେ ଲକଡାଉନକୁ କୋହଳ କରାଯାଇଛି | ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ | ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ ଲକଡାଉନ କୋହଳ ହେବ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି |

ତେବେ ଯଦି ଏହି ତିନିଟି ଜିଲ୍ଲାରେ ସଂକ୍ରମଣ ହାର ବଢେ ତେବେ କୋହଳ ନିଷ୍ପତ୍ତି ପ୍ରତ୍ୟାହାର କରିନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି | ଏହି ତିନି ଜିଲ୍ଲାରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସହ ଅନ୍ୟ ସମସ୍ତ ଦୋକାନ ଖୋଲିପାରିବ | ସମସ୍ତ ଦୋକାନ ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲିପାରିବ | ସେହିପରି ମଲ, ସେଲୁନ ଓ ପାର୍ଲର ଖୋଲିପାରିବ ନାହିଁ |

ସୂଚନା ଥାଉ କି ଜୁନ ୧୭ ଯାଏଁ ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢ଼ାଇଛନ୍ତି | ଜୁନ ୧ ତାରିଖରେ ଲକଡାଉନ ଶେଷ ହେବାର ଥିଲା | ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ଲକଡାଉନ ବଢ଼ିଥିବାବେଳେ ପୂର୍ବଭଳି କଟକଣା ଜାରି ରହିବ |

ସମ୍ବନ୍ଧିତ ଖବର