୫ଦଫା ଦାବି ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ୫୫ଟି ଲ୍ୟାମ୍ପରେ ତାଲା

ରବି ମଣ୍ଡିରେ ଭାଗ ନେବେନି

ଜୟପୁର: ଓଡିଶା ସମବାୟ ସମିତି କର୍ମଚାରୀ ମହାମେଂଚ ଭୁବନେଶ୍ବରର ଡାକରାକ୍ରମେ ୫ଦଫା ଦାବିକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ୫୫ଟି ଲ୍ୟାମ୍ପରେ ତାଲା ପକାଯାଇଛି। ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏପରିକି କୋରାପୁଟ ଜିଲ୍ଲାର ରବି ମଣ୍ଡିରେ ୧୫ଟି ଲ୍ୟାମ୍ପ କ୍ରୟକାରୀ ସଂସ୍ଥା ଭାବେ ଧାନ କିଣୁଥିବା ବେଳେ ଦାବି ପୁରଣ ନ ହେବା ଯାଏଁ ମଣ୍ଡିରେ ଭାଗ ନେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସଂପାଦକ ତଥା ଜିଲ୍ଲାସଭାପତି ଦିଗାମ୍ବର ନାୟକ। ଏପରିକି ଲ୍ୟାମ୍ପର ଋଣ ଦେଣ, ଆଦାୟ କିମ୍ବା ଅନ୍ୟ କୌଣସି କାମ ବି କରାଯିବ ନାହିଁ ବୋଲି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି। ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ମିଶ୍ର, ରିତେଶ ମିଶ୍ର, ସନ୍ତୋଷ ଦାସ, ରଞ୍ଜୀତ ପାତ୍ର, ମାନସୀ ପରିଛା, ବି.ସବିତା, ସୁରେଶ ନାୟକ, ଇସମାଇଲ ସାନଫୁଲ, ଅଭିମନ୍ୟୁ ନାୟକ, ଆର୍ଯ୍ୟଜ୍ୟୋତି ମିଶ୍ର ଆଦି ସ୍ମାରକପତ୍ର ପୁଣି ଅବିଭକ୍ତ କୋରାପୁଟ ଜିଲ୍ଲାର ୬ଟି ଏଆରସିଏସ୍, ୨ଜଣ ଡିଆରସିଏସ୍, ୨୧ଟି ବ୍ୟାଙ୍କ ପ୍ରବନ୍ଧକ, କେସିସି ବ୍ୟାଙ୍କ ସଂପାଦକ ଅଭୟ ଲେଙ୍କାକୁ ପ୍ରଦାନ କରିଥିଲେ।

ଏହି ସ୍ମାରକପତ୍ରରେ  ୧୦ଲକ୍ଷର ସ୍ବାସ୍ଥ୍ୟ ବୀମା ଓ ୫ଲକ୍ଷର ଜୀବନ ବୀମା ଲାଭାଂଶରୁ ଲାଗୁ କରିବା, ଯୋଗ୍ୟତା , ବରିଷ୍ଠତା ଓ ଅଭିଞତା ଭିତ୍ତିରେ ଶତକଡ଼ା ୩୦ପ୍ରତିଶତ ବ୍ୟାଙ୍କିଙ୍ଗ ସହାୟକ ରୁପେ ଅବସ୍ଥାପିତ କରିବା ସହ ଗ୍ରେଡେସନ୍ ତାଲିକା ପ୍ରକାଶ କରିବା, ଷଷ୍ଠ ବେତନ କମିଶନ ଆଧାରରେ ୧୯୬ପ୍ରତିଶତ ମହଙ୍ଗାଭତ୍ତା ତଥା ସପ୍ତମ ବେତନ ତୁରନ୍ତ କୁ ଲାଗୁ କରିବା, ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ଲ୍ୟାମ୍ପରେ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀଙ୍କୁ କ୍ୟଡେର ଭିତ୍ତିରେ ନିଯୁକ୍ତି ଦେଇ ବଦଳି ଆଦେଶ କାର୍ଯ୍ୟକାରୀ କରାଯାଉ, ସଂଘ କାର୍ଯ୍ୟାଳୟ ପାଇଁ ଗୃହ, ଜମି  ଯୋଗାଇ ଦେବା, କର୍ମଚାରୀଙ୍କ ସର୍ଭିସ ବହି ଓ ଇପିଏଫ ପ୍ରଚଳନ,ଅବସରକାଳୀନ ଅର୍ଥ ପ୍ରଦାନ ସହ ମୃତ କର୍ମଚାରୀଙ୍କ ପରିବାରରୁ ଜ‌ଣକୁ ନିଯୁକ୍ତି ଦେବାକୁ ଥିବା ଦାବିକୁ ନେଇ କ‌ାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।

 

ସମ୍ବନ୍ଧିତ ଖବର