କଟକ ବଡ଼ ମେଡି଼କାଲ ପରିସରରେ ଥିବା ପୂର୍ତ୍ତ ବିଭାଗ ସେକ୍ସନରେ ତାଲା ପକାଇଲେ ଛାତ୍ର

କଟକ : ଏସସିବି ମେଡିକାଲ କଲେଜ ପରିସରରେ ଥିବା ପୂର୍ତ୍ତ ବିଭାଗ ସେକ୍ସନରେ ହଷ୍ଟେଲ ଛାତ୍ରମାନେ ତାଲା ପକାଇଦେଇଥିବା ସୂଚନା ମିଳିଛି । ଉକ୍ତ ଅଫିସରେ ଥିବା ସମସ୍ତ କର୍ମଚାରୀଙ୍କୁ ବାହାରକୁ ଆଣି ଛାତ୍ରମାନେ ତାଲା ପକାଇଦେଇଥିଲେ ।

ଛାତ୍ରମାନଙ୍କ ଅଭିଯୋଗ ମୁତାବକ ହଷ୍ଟେଲର କାମ ପାଇଁ ବାରମ୍ବାର ଲିଖିତ ଆକାରରେ ଜଣାଉଥିଲେ ମଧ୍ୟ ଦାୟିତ୍ଵରେ ଥିବା ଅଧିକାରୀମାନେ କର୍ଣ୍ଣପାତ କରୁନଥିଲେ । ଏହା ସହିତ ମେଡିକାଲର ଯେଉଁ କାମ ହେଉଛି ତାହା ନିମ୍ନମାନର ଥିବାରୁ ଭାଙ୍ଗିରୁଜି ଯାଉଛି । ଠିକାଦାର ମାନେ ନିମ୍ନମାନର କାମ କରୁଛନ୍ତି ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି ।  ପରେ ସବୁ ଇଂଜିନିୟର ମାନେ ଏକାଠି ହୋଇ ବୁଝା ସୁଝା କରିବାରୁ ତାଲା ଖୋଲାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର