ଜୟପୁର ପଥୋତ୍ସବର ଲୋଗୋ ଉନ୍ମୋଚିତ

ଜୟପୁର: ଆସନ୍ତା ୨୬ ତାରିଖ  ଜୟପୁର ସହରରେ  ପାଳିତ ହେବ ପଥୋତ୍ସବ। ଏଥିପାଇଁ ଆଜି ଏହି ପଥୋତ୍ସବର ଲୋଗୋ ଉନ୍ମୋଚିତ ହୋଇଛି। ଶ୍ରୀ ବିକ୍ରମ ଦେବ ଚାରୁକଳା ଓ କାରୁ କଳା ବିଦ୍ୟାଳୟ ପରିସରରେ ସହିଦ ଲକ୍ଷ୍ମଣ ନାୟକ ପଥୋତ୍ସବ ଲୋଗୋକୁ ଜିଲ୍ଲାପାଳ ଅପୁପମ ସାହା, ବିଧାୟକ ତାରାପ୍ରସାଦ ବାହିନୀପତି, ଜୟପୁର ଉପଜିଲ୍ଲାପାଳ ସିଏସ ରାଠୋର, ଜୟପୁର ଉପନଗରପାଳ ସୂର୍ଯ୍ୟନାରାୟଣ ରଥ, ସମ୍ବାଦ ଜୟପୁର ଶାଖା ମୁଖ୍ୟ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଆଜି ଉନ୍ମୋଚିତ କରିଥିଲେ। ୨୬ତାରିଖ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଯାଏ ପଥୋତ୍ସବ ଚାଲିବ।

ସମ୍ବନ୍ଧିତ ଖବର