ଜୟପୁର-କୋରାପୁଟ ଘାଟିରେ ଟ୍ରକରୁ ଖସିଲା କାଠଗଣ୍ଡି

ଜୟପୁର : ଆଜି ସକାଳ ୭ଟା ବେଳେ ଜୟପୁର-କୋରାପୁଟ ଘାଟିର ଗୋଟିଏ ମୋଡ଼ ନିକଟରେ ଟ୍ରକରୁ ନୀଳଗିରୀ କାଠଗଣ୍ଡି ଖସି ପଡ଼ିଥିଲା। ଟ୍ରକରେ ଥିବା ସବୁ ଗଣ୍ଡି ଏକା ସହ ଖସି ପଡ଼ିବା ସହ ରାସ୍ତାର ଗୋଟିଏ ପାର୍ଶ୍ବରେ ଜମା ହୋଇ ଯାଇଥିଲା । ଫଳରେ ଗୋଟିଏ ପଟେ ହିଁ ଗାଡ଼ି ଗୁଡିକ ଯିବା ଆସିବା କରିଥିଲେ । ଏବଂ ବ୍ୟାପକ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଖବର ପାଇ ଜୟପୁର ସଦରଥାନା ପୁଲିସ ଓ ବାରଣିପୁଟ ପାଣ୍ଡି ପୁଲିସ ଘଟଣାସ୍ଥଳକୁ ଯାଇ ଟ୍ରାଫିକ ସମସ୍ୟା ଦୁର କରିଥିଲେ। ରାସ୍ତା ପାର୍ଶ୍ବରେ ପଡ଼ିଥିବା ନୀଳଗିରୀ ଗଛ ଗଣ୍ଡି ଗୁଡିକୁ କ୍ରେନ ସାହାଯ୍ୟରେ ସବୁ ଉଠାଯାଇଥିଲା।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରୁ ରାୟଗଡା ଜେକେ ପେପରମିଲକୁ ଏହି  ନିଳଗିରୀ କାଠଗଣ୍ଡି ଟ୍ରକରେ ଯାଉଥିଲା। ତେବେ ଦଉଡି ଖସିବା ଫଳରେ ସବୁ ଗଛ ଖସି ପଡ଼ିଥିଲା। ତେବେ ଭାଗ୍ୟବଶତଃ ଟ୍ରକ ପଛ ପଟେ ସେ ସମୟରେ ଅନ୍ୟ କିଛି ଗାଡ଼ି ଯାଉ ନଥିଲା। ତେଣୁ ବଡ଼ ଅଘଟଣ ହୋଇ ନାହିଁ । ପ୍ରତ୍ୟେକ ଦିନ ଘାଟିରେ ଛୋଟ ବଡ଼ ଦୁର୍ଘଟଣା ଜାରୀ ରହିଥିବାରୁ ଏନଏଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ଘାଟିର ରାସ୍ତାକୁ ଚଉଡ଼ା କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର