ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

୪୪୪ଟି ବିଭିନ୍ନ ମାମଲାର ଫଇସଲା, ୨କୋଟି ୭୧ଲକ୍ଷ ୯୬ ହଜାର ଟଙ୍କା ଆଦାୟ

ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରା ଜଜ୍ କାର୍ଯ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଜୟ ରଞ୍ଜନ ବହିଦାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ପ୍ରି ଲିଟିଗେସନ୍ ସମ୍ବନ୍ଧୀୟ ୩୮୬ ଟି ବ୍ୟାଙ୍କ ଋଣ ଆଦାୟ ମାମଲା, ଫୌଜଦାରୀ, ବୈବାହିକ ଓ ଅନ୍ୟାନ୍ୟ ବିବାଦୀୟ ଦେୱାନୀ ସମ୍ବନ୍ଧୀୟ ୬ ଟି ମାମଲାର ଫଇସଲା କରାଯାଇ ମୋଟ ୧ କୋଟି ୬୭ ଲକ୍ଷ ୬୬ ହଜାର ୩୯୪ ଟଙ୍କା ଆଦାୟ କରାଯାଇଥିବାବେଳେ ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ମାମଲା ମଧ୍ୟରେ ଫୌଜ୍‌ଦାରୀ ୪ ଟି, ଏନ୍‌ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୯ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ୭ଟି ମାମଲା, ଏମ୍‌ଏସିଟି ମାମଲା ୧୦ଟି, ବୈବାହିକ ବିବାଦ ୧୨ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୫ଟି ଏବଂ ଅନ୍ୟାନ୍ୟ ୫ ଟି ଫୌଜଦାରୀ ମାମଲା ସମେତ ମୋଟ୍ ୫୨ ଟି ମାମଲାର ଫଇସଲା କରାଯାଇ ୧ କୋଟି ୪ ଲକ୍ଷ ୨୯ ହଜାର ୮୪୩ ଟଙ୍କା ଆଦାୟ କରାଯାଇଥିବା ବେଳେ ସର୍ବମୋଟ୍ ୪୪୪ଟି ବିଭିନ୍ନ ମାମଲାର ଫଇସଲା ହୋଇ, ୨କୋଟି ୭୧ଲକ୍ଷ ୯୬ ହଜାର ୨୩୭ ଟଙ୍କା ଆଦାୟ ହୋଇଥିବା ଜଣାପଡିଛି । ଅନୁଷ୍ଠିତ ଏହି ଲୋକ ଅଦାଲତରେ ସଂପୃକ୍ତ ବିଚାରପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଥିଲେ । ଏଥିରେ ଏସ୍‌ବିଆଇ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ପିଏନ୍‌ବି, ଇଣ୍ଡିଆନ୍ ଓଭରସିଜ୍ ଓ ଏଚ୍‌ଡିଏଫ୍‌ସି ଆଦି ବିଭିନ୍ନ ରାଷ୍ଟ୍ରାୟତ / ଘରୋଇ ବ୍ୟାଙ୍କର ବ୍ୟାଙ୍କ ଅଧିକାରୀ / ସଂପୃକ୍ତ ବିଭାଗ ଅଧିକାରୀ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର