ଜୟପୁର: ସ୍ଥାନୀୟ କୋର୍ଟ ପରିସରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ସ୍ଥାୟୀ ନିରନ୍ତର ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ଅଦାଲତରେ ପଡି ରହିଥିବା ଭିନ୍ନ ଭିନ୍ନ ମକଦ୍ଦମାର ମାମଲା ଗୁଡିକ ଆପୋଷ ମିଳାମିଶା ମାଧ୍ୟମରେ ସମାଧାନ କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଧମା ଯଥା ଦେଵାନୀ, ଫୌଜଦାରୀ, ସାଲିସ ଯୋଗ୍ୟ, ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ, ବ୍ୟାଙ୍କ ରୁଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇଥିଲା।
ଏଥିସହ ପ୍ରାକଃ ମକଦ୍ଧମା ସ୍ତରୀୟ ବ୍ୟାଙ୍କ ରୁଣ ବିବାଦ, ଶ୍ରମ ବିବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ହୋଇଥିଲା। ଜିଲ୍ଲା ଦୈରାଜଜ ବିମଳ କୁମାର ଦାସ, ଅତିରିକ୍ତ ଜିଲ୍ଲାଜଜ ରାଜେଶ ନାୟର, ସିଜେଏମ ପ୍ରଣତୀ ପଟ୍ଟନାୟକ, ରେଜିଷ୍ଠ୍ରାର ଶରତ କୁମାର ଜେନା, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶୁଭଗୌତମ ମିଶ୍ର, ଏସଡିଜେଏମ ଉନ୍ମେଜୟ ପୋଲଇ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ସୁନିଲ ମିଶ୍ର ଓ ଭାନୁପ୍ରତାପ ମିଶ୍ର ଉପସ୍ଥିତ ରହି ମକଦ୍ଧମା ସମାଧାନ କରିଥିଲେ। ଏହି ଲୋକ ଅଦାଲତରେ କ୍ରିମିନାଲ କମ୍ପାଉଣ୍ତେବଲ ୯୪ ଟି କେସ ରୁ ୧୭ଟି ସମାଧାନ କରାଯାଇଥିଲା। ଏନଆଇ ଆକ୍ଟ ୩୪୯ ରୁ ୨୧ଟି ସମାଧାନ କରାଯାଇ ୩୭ ଲକ୍ଷ ୮୬ ହଜାର ୨୫୮ ଟଙ୍କା ଆଦାୟ କରାଯ ଇଥିଲା। ବ୍ୟାଙ୍କ କେସ ୧୫୦ ରୁ ୬ଟି ସମାଧାନ କରାଯାଇ ୧୦ଲକ୍ଷ ୭୩ହଜାର ୮୫୩ ଟଙ୍କା ଆଦାୟ କରାଯାଇଥିଲା। ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲା ୧୦୩ ରୁ ୧୫ଟି ସମାଧାନ କରାଯାଇ ୬୧ଲକ୍ଷ ୭୫ ହଜାର ଟଙ୍କା ଆଦାୟ କରାଯାଇଥିଲା।
ଅନ୍ୟାନ୍ୟ ଦେଵାନୀ କେସ ଓ ମକଦ୍ଦମା ସହିତ ୮୫ ରୁ ୧୫ଟି ସମାଧାନ କରାଯାଇଥିଲା। ସର୍ବମୋଟ ୧୦୪୧ ମଧ୍ୟରୁ ୭୪ଟି ସମାଧାନ କରାଯାଇ ୧କୋଟି ୧୦ ଲକ୍ଷ ୩୫ ହଜାର ୧୧୧ ଟଙ୍କା ଆଦାୟ ହୋଇଥିଲା। ପ୍ରି ଲିଟିଗେସନ କେଶ ମଧ୍ୟରେ ବ୍ୟାଙ୍କ ବିବାଦ ୫୯୩ ରୁ ୧୩୩ ସମାଧାନ କରାଯାଇ ୧୯ ଲକ୍ଷ ୩୫ ହଜାର ୫୦ ଟଙ୍କା ଆଦାୟ କରାଯାଇଥିଲା। କ୍ରିମିନାଲ, ପାରିବାରିକ ସମସ୍ୟା, ଜମିଜମା ଟେଲିଫୋନ ରଫାଦଫା କେଶ ୭୯ ମଧ୍ୟରୁ ୧୭ଟି ସମାଧାନ କରାଯାଇଥିଲା। ଏହି ଅଦାଲତରେ ଜୟପୁର ଓକିଲ ସ˚ଘର ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର, ଦାଶରଥୀ ପଟ୍ଟନାୟକ, ତ୍ରିନାଥ ସି˚ଲାଲ, ବିରେଶ ପଟ୍ଟନାୟକ, ହରିଶ୍ଚନ୍ଦ୍ର ମୁଦୁଲି, ପି.ସନ୍ୟାସୀ ରାଓ, ମନୋଜବାଳା ଦିନବନ୍ଧୁ, ତାରିଣୀ ପାଣିଗ୍ରାହୀ, ଲାଲ ମୋହନ ମିଶ୍ର, ସୁନିଲ କୁମାର ମହାନ୍ତି, ଚିନ୍ମୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କେଶ ଗୁଡିକର ସମାଧାନ କରିବାର ସହଯୋଗ କରିଥିଲେ।