ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସିଭିଲ୍ କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୬ଟି ମାମଲାର ବିଚାର କରାଯାଇ ୧୭ଲକ୍ଷ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନସେବା କମିଟିର ଅଧ୍ୟକ୍ଷ ଅଜୟ କୁମା ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଲୋକ ଅଦାଲତରେ ୬ଟି ମାମଲା ବିଚାର କରାଯାଇ ୧୭ଲକ୍ଷ ୫୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା।
ଏହି ଅଦାଲତର ବିଚାର ପ୍ରକ୍ରିୟାରେ ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତ ବିଚାରପତି ରାଜେଶ କୁମାର ନାୟାର, ବରିଷ୍ଠ ଦେୱାନୀ ଜଜ୍ (ମହିଳା ବିଭାଗ) ଚିନ୍ମୟୀ ରଥ, ବରିଷ୍ଠ ଦେୱାନୀ ଜଜ୍ ସୁନିତା କୁମାର ଖଣ୍ଡେଲ୍ୱାଲ୍, ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର, ପାନେଲ୍ ଓକିଲ ଶିବ ପ୍ରସାଦ ତ୍ରିପାଠୀ, ତାଲୁକ ଆଇନ ସେବା କମିଟିର ସମ୍ପାଦକ ବସନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋର୍ଟର ଅନ୍ୟ ଆଇନଜୀବୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/lok_adalat_big.jpg)