ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଲୋକକଳା ସଙ୍ଗମ-୨୦୨୩ ସ୍ଥାନୀୟ ସୁରସଙ୍ଗମ ନାଟ୍ୟ ମଣ୍ଡପଠାରେ ଉଦ୍‌ଘାଟିତ ହୋଇଛି। ଅନୁ‌ଷ୍ଠାନର ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଭ୍ୟ ନୀହାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ ଅତିଥି, ଡ. ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟଶ୍ରୀ ଜଗଦାନନ୍ଦ ଛୁରିଆ, ଡ. ରୁଦ୍ର ନାରାୟଣ ପଟେଲ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଦିଗାମ୍ବର ନାଏକ ଓ ବୁଢ଼ୀପଦର ସରପଞ୍ଚ ଲକ୍ଷ୍ମୀ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

Advertisment

ଏହି ଅବସରରେ ଚଳିତ ବର୍ଷ ନସରୁଲ୍ଲା ନାଟ୍ୟ ସମ୍ମାନ ଡ. ରୁଦ୍ର ନାରାୟଣ ପଟେଲ, କଳା ସମ୍ମାନ ଲୀଳା ନାଟ୍ୟଗୁରୁ ବାଳମୁକୁନ୍ଦ ବେହେରା, ସାହିତ୍ୟ ସମ୍ମାନ କବି ମଧୁସୂଦନ ନାଏକ, ଶ୍ରୁତି ସମ୍ମାନ ଅହଲ୍ୟା ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ସାମନ୍ତ ରଘୁନାଥ ବହିଦାର ଗୁରୁଗୌରବ ସମ୍ମାନ ଦିଗାମ୍ବର ନାଏକ, ସୁର ସଂଗମ ଯୁବ କଳାକାର ସମ୍ମାନ ଡା. ଯଶୋବନ୍ତ ପାଢ଼ୀଙ୍କୁ ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଦୀବାହାଲର କରମସାନି ନୃତ୍ୟ ଓ ବଲାଙ୍ଗୀର କୁଟେନପାଲିର ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସରୋଜ ବିଶ୍ବାଳ।