ଭଞ୍ଜନଗର: କରୋନା କଟକଣା ପାଇଁ ସବୁକିଛି ବନ୍ଦ ରହିଥିଲା। ଦୀର୍ଘଦିନ ପରେ ଦୋକାନ ବଜାର ବର୍ତ୍ତମାନ ଖୋଲିଛି। ସହରରେ ଲୋକମାନଙ୍କ ଚଳପ୍ରଚଳ ମଧ୍ୟ ଆରମ୍ଭ ହୋଇଛି। ଆଉ ଏଥି ମଧ୍ୟରେ ଲୁଟେରା ଦଳ ମଧ୍ୟ ସକ୍ରିୟ ହେବାରେ ଲାଗିଥିବା ଜଣାପଡିଛି।
ଆଜି ଦିନ ଦ୍ବିପ୍ରହରରେ ରାସ୍ତାରେ ଏକାକୀ ଯାଉଥିବା ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ ହୋଇଥିବା ବେଳେ ତାହା ସିସିଟିଭିରେ କଏଦ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ମୁଖ୍ୟ ରାସ୍ତାକୁ ସଂଯୋଗ କରିଥିବା ବାଟାଲେନ୍ ରାସ୍ତାରେ। ସହରର ଏକ ଦୋକାନରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଆଜି ଦିନ ବେଳେ ଘରକୁ ଖାଇବା ପାଇଁ ଯାଇ ଦୋକନକୁ ଫେରୁଥିବା ସମୟରେ ବାଟାଲେନ୍ର ନିଛାଟିଆ ରାସ୍ତାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମହିଳା ଜଣଙ୍କ ଠାରୁ ଚେନ୍ ଲୁଟିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହାପରେ ସଂପୃକ୍ତ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ଜଣଙ୍କୁ ଥାନାକୁ ଆଣି ପଚାରାଉଚୁରା କରୁଛି।
ତେବେ ଲୁଟ୍ ପାଇଁ ଏଭଳି ଘଟଣା ଘଟିଥିଲା ନା ସେମାନଙ୍କ ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଚୋରୀ,ରାହାଜାନୀ ଓ ଛିନତାଇ ଭଳି ଘଟଣା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ କରୋନା ପାଇଁ ଲୋକ ମାନଙ୍କ ଅର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଥିବା ବେଳେ ଚୋର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ପକ୍ଷରୁ କଡ ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ ହୋଇପଡିଛି। ପୂଜା ବଜାରରେ ଆଗମୀ ଦିନରେ ଗହଳି ଭିତରେ ଚୋର ମାନଙ୍କ ପାର୍ଦୁଭାବ ବଢିବ ତେଣୁ ବର୍ତ୍ତମାନ ଠାରୁ ହିଁ ପେଶାଦାର ଚୋର ମାନଙ୍କ ଉପରେ ତିକ୍ଷ୍ନ ନଜର ରଖିବା ସହ ପେଟ୍ରୋଲିଂ କଡାକଡି କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Bhanjanagar.jpg)