ବ୍ଲେଡ୍‌ରେ ବେକ କାଟି ଲୁଟିନେଲେ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସାପ୍ତାହିକ ହାଟରେ ଦିନକୁଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଖାଉଟିଙ୍କର ଚିନ୍ତା ବଢିଯାଇଛି। ଭିଡ଼ର ସୁଯୋଗ ନେଇ ଅସାମାଜିକ ଲୋକେ କେତେବେଳେ ଲୋକଙ୍କ ମୋବାଇଲ ଲୁଟ୍  କରୁଛନ୍ତି ତ କେତେବେଳେ ପକେଟ୍‌ମାର କରୁଛନ୍ତି। ଆଜି ସୁଲୋଚନା ବାଦି ନାମକ ଜନୈକ ମହିଳାଙ୍କର ବ୍ଲେଡ୍‌ରେ ବେକ କାଟି ୧୮୫୦ ଟଙ୍କା ଚୋରି ହୋଇଥିବାବେଳେ କଟଙ୍ଗ ଗ୍ରାମର ଜଣଙ୍କ ଠାରୁ ୮୦୦ ଟଙ୍କା ଚୋରି ହୋଇଛି। ପୂର୍ବରୁ ୫ଟି ମୋବାଇଲ ଚୋରି ହୋଇଥିବା ନଜରକୁ ଆସିଛି । ଭିଡ଼ର ସୁଯୋଗ ନେଇ ଏସବୁ ଘଟୁଥିବାରୁ ଏଦିଗରେ ସ୍ଥାନୀୟ ପୁଲିସ୍  ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର