ପେଟ୍ରୋଲ ପମ୍ପରୁ କିପରି ହୋଇଥିଲା ଚୋରି ସାମ୍ନାକୁ ଆସିଲା ସିସିଟିଭି ଚିତ୍ର

କଟକ: କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ପଞ୍ଚଗାଁ ଜଗା ବଳିଆ ପେଟ୍ରୋଲ ପମ୍ପରେ ଲୁଟ ହୋଇଥିଲା। ଏହି  ଲୁଟର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି।  ସିସିଟିଭି ଫୁଟେଜରରୁ ‌ ଦେଖିବାକୁ ମିଳୁଛି, ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପେଟ୍ରୋଲ ପକାଉଛନ୍ତି। ପେଟ୍ରୋଲ ପକାଇ ସାରିବା ପରେ କେହି କିଛି ବୁଝିବା ପୂର୍ବରୁ  ଦୁର୍ବୃତ୍ତ ଟାଙ୍କି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରୁଛନ୍ତି । ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଟଙ୍କା ବ୍ୟାଗଟିକୁ ଛଡ଼ାଇ ନେଇଥିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି ।

କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ପରେ ସେ ଭୟଭୀତ ହୋଇପଡ଼ିଥିଲେ । ଆଉ ଟଙ୍କା ବ୍ୟାଗ୍ ଛଡ଼ାଇ ନେବା ବଳେ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ କିଛି ପ୍ରତିବାଦ ମଧ୍ୟ କରି ନଥିଲେ । ଯାହାର ଚିତ୍ର ସିସିଟିଭିରେ ଦେଖିବାକୁ ମିଳୁଛି । ଗତ କିଛି ଦିନ ହେଲା ଆଠଗଡ଼ ତିଗିରିଆ ଅଂଚଳରେ ସକ୍ରିୟ ହୋଇଛନ୍ତି ଲୁଟେରା । ଆଉ ପୁଲିସର ନିସ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।

 

ସମ୍ବନ୍ଧିତ ଖବର