ରାୟଗଡ଼ା: ମଙ୍ଗଳବାର ଅପରାହ୍ନରେ ରାୟଗଡା ମଝିଘରିଆଣୀ ମନ୍ଦିର ସାମ୍ନା ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୫୦ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି।
/sambad/media/post_attachments/wp-content/uploads/2018/02/cropped-Loot-Deals-Goblin-300x300.png)
ସୂଚନାଯୋଗ୍ୟ, ବି ଶେଷଗିରି ରାଓ ତାଙ୍କର ହିରୋହଣ୍ଡା ବାଇକ୍ ଯୋଗେ ସାଙ୍ଗ ବି ରାବଣାଙ୍କୁ ଧରି ଏକ୍ସିସ୍ ବ୍ୟାଙ୍କଙ୍କୁ ଟଙ୍କା ଉଠାଇବାକୁ ଯାଇଥିଲେ। ଟଙ୍କା ଉଠାଇ ସାରିବା ପରେ ସାଙ୍ଗକୁ ୭ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଧରାଇ ଦେଇ ସେ ଗାଡ଼ି ଚଳାଇଥିଲେ। ଡିଏଫ୍ଓ କଲୋନି ଦେଇ ମଝି ଘରିଆଣି ମନ୍ଦିର ରାସ୍ତା ନିକଟରେ ପହଞ୍ଚିବା ପରେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍ରେ ତାଙ୍କ ପିଛା କରିଥିଲେ। ଏହ ପରେ ବି.ରାବଣାଙ୍କଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ ଦୁହେଁ ଗାଡ଼ିରୁ ପଡ଼ି ଯାଇଥିଲେ। ସ୍ଥାନୀୟଲୋକେ ସେମାନଙ୍କୁ ଉଠାଇ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସରେ ଖବର ଦେଇଥିଲେ। ବି.ଶେଷଗିରି ରାଓ ଜଣେ କପା ବ୍ୟବସାୟୀ। ସେ ଏହି ଟଙ୍କା କପା ଚାଷୀଙ୍କୁ ଦେବାକୁ ନେଉଥିବା କହିଥିଲେ। ତେବେ ଏହି ଘଟଣାକୁ ମିଶାଇଲେ ଏହି ଅଞ୍ଚଳରେ ଏହା ଚତୁର୍ଥ ଲୁଟ ଘଟଣା ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/loot-2.jpg)