ସାଇବର ଠକ କବଳରେ ପଡ଼ିଲେ କେନ୍ଦ୍ରାପଡା ଡାକ୍ତର: ଲୁଟି ନେଲେ ୧୦ଲକ୍ଷ ଟଙ୍କା

କେନ୍ଦ୍ରାପଡ଼ା: ଅନେକ ଜଣାଶୁଣା ଓ ଶିକ୍ଷିତ ଲୋକମା‌ନେ ସାଇବର ଲୁଟେରା କବଳରେ ପଡ଼ିଥିବା ଘଟଣା ପୂର୍ବରୁ ଶୁଣିବାକୁ ମିଳିଛି। ଲୋକଙ୍କୁ ପ୍ରଲୋଭନ ଦେଖାଇ ସାଇବର ଲୁଟେରା ଲକ୍ଷାଧିକ ଟଙ୍କା ଲୁଟି ନେଇ ଥାଆନ୍ତି। ତେବେ ଏହି କରୋନା ମହାମାରୀ ସମୟରେ ଜାରି ହୋଇଥିବା ଲକଡାଉନରେ ବି ସାଇବର ଲୁଟେରା ମାତିଛନ୍ତି।

ନିକଟରେ ଜଣେ ଡାକ୍ତରଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକିନେଇଛନ୍ତି ସାଇବର ସୈତନା । ତେବେ କୁହାଯାଉଛି କି ଅଧିକ ଟଙ୍କା ପାଇବା ଲୋଭରେ ଠକାମୀରେ ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଆମ୍ବିଳାର ଡାକ୍ତର ବାଦଲ ମହାନ୍ତି ।

ସୂଚନାଯୋଗ୍ୟ, ଡାକ୍ତର ବାଦଲ ମହାନ୍ତିଙ୍କୁ ସାଇବର ଠକମାନେ ଚତୁରତାର ସହ ଟଙ୍କାର ପ୍ରଲୋଭନ ଦେଖାଇଥିଲେ। ଏହି ଫାସରେ ବାଦଲ ଫଶି ଯିବା ପରେ ଠକ ତାଙ୍କ ଠାରୁ ପର୍ଯ୍ୟାୟକ୍ରମେ ୧୦ଲକ୍ଷ ୫୨ହଜାର ଟଙ୍କା ଠକି ନେଇଛନ୍ତି । ତେବେ ଏନେଇ ଡାକ୍ତର ବାଦଲ ମହାନ୍ତି ଆଳି ଥାନାରେ ଏତଲା ଦେବା ସହ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର