କେନ୍ଦ୍ରାପଡ଼ା: ନିକଟରେ ଏକ ଲାଇଭ ଲୁଟର ଦୃଶ୍ୟ ଦେଖିବାକୁ ମିଳିଛି। ସିସିଟିଭିରେ ଲୁଟେରା ଲୁଟ କରୁଥିବାର ଚିତ୍ର କଏଦ ହୋଇଛି।
ରାସ୍ତାକଡ଼ରେ ବାଇକ ରଖି ଯୁବକ ଜଣକ କୌଣସି ଏକ କାମରେ ଯାଇଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଛି । ତେବେ ଦୁର୍ବୃତ୍ତ ଜଣକ ଲୁଟ କରୁଥିବାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇ ଯାଇଛି । ବଳଭଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର ହୋଇଛନ୍ତି ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଅପରାଧୀ ଏପର୍ଯ୍ୟନ୍ତ ଧରା ପଡ଼ି ନାହାନ୍ତି । କେନ୍ଦ୍ରାପଡ଼ା ଟାଉନ ଥାନା ନିକଟସ୍ଥ ବନିଆମାଲ ଠାରେ ଏଭଳି ଲୁଟ ହୋଇଛି । କର୍ମଚାରୀ ଜଣଙ୍କ ବ୍ୟାଙ୍କରୁ ଟଙ୍କା ଉଠାଇ ଅନ୍ୟ ମନସ୍କରେ ରାସ୍ତା କଡ଼ରେ ବାଇକ ରଖିଥିଲେ । ଆଉ ଏହାର ସୁଯୋଗ ନେଇ ଟଙ୍କା ବ୍ୟାଗ୍ ଧରି ଫେରାର ହୋଇଛି ଦୁର୍ବୃ୍ତ୍ତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/20-21-750x430-1.jpg)