ଝାରସୁଗୁଡ଼ା: ସମ୍ବଲପୁରଠାରେ ଝିଅର ଡେଲିଭେରି ହେବାକୁ ଥିବାରୁ ଘରେ ଯାହା ଟଙ୍କା ପଇସା ଥିଲା ତାକୁ ନେଇ ରାଞ୍ଚିର ପଖୋରା ଗ୍ରାମର ଜଣେ ବୃଦ୍ଧ ସୁବାସ ବିଶ୍ବାସ ଓ ତାଙ୍କ ସ୍ତ୍ରୀ ଗତ ମାସ ୨୭ ତାରିଖ ଦିନ ହାଟିଆ ପାସେଞ୍ଜରରେ ସମ୍ବଲପୁର ଅଭିମୁଖେ ବାହାରିଥିଲେ। ଟ୍ରେନରେ ମୁଣ୍ଡପାଖରେ ଦୁଇଟି ବ୍ୟାଗ ରଖି ବୁଢ଼ାବୁଢ଼ୀ ଶୋଇ ପଡ଼ିଥିବା ବେଳେ କେହି ଦୁର୍ବୃତ୍ତ ଏହାକୁ ଚୋରି କରି ନେଇଥିଲା। ଏ ନେଇ ସୁବାସ ଝାରସୁଗୁଡ଼ା ଜିଆର୍ପି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜିଆର୍ପି ପୁଲିସ ଏହି ଚୋରି ଘଟଣାର ତଦନ୍ତ ଆରମ୍ଭ କରି ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ବାମରା ବ୍ଲକ୍ ବାଉଁଶଲଗା ଗ୍ରାମର କିଶୋର ସଲିମାଙ୍କୁ ଗିରଫ କରିଛି। ଅଭିଯୁକ୍ତ ପାଖରୁ ଚୋରି ହୋଇଥିବା ୨ଟି ବ୍ୟାଗ, ଗୋଟିଏ ଭ୍ୟାନେଟି ବ୍ୟାଗ, କପଡ଼ା, ଶାଢ଼ି, ଦୁଇଟି ସୁନା ଚେନ୍, ମୋବାଇଲ ଫୋନ, ଏଟିଏମ୍ କାର୍ଡ଼, ପାସବୁକ୍ ଓ ୧୭ ଶହ ଟଙ୍କା ଜବତ କରିଥିଲେ। ଅଭିଯୁକ୍ତ ଉକ୍ତ ଦିନ ଟ୍ରେନ୍ର ବଗି ଖାଲିଥିବା ବେଳେ ବୁଢ଼ାବୁଢ଼ୀ ଶୋଇଯାଇଥିବା ସୁଯୋଗରେ ତାଙ୍କ ପାଖରେ ଥିବା ଦୁଇ ବ୍ୟାଗକୁ ନେଇ ଟ୍ରେନ୍ରୁ ଓହ୍ଲାଇ ଥିଲ। ବ୍ୟାଗରେ ଥିବା ୫୦ ହଜାର ଟଙ୍କାରୁ ୩୦ ହଜାର ଟଙ୍କାରେ ଏକ ବାଇକ ଫାଇନାନ୍ସରେ କିଣିଥିବା ବେଳେ ଆଉ କିଛି ଟଙ୍କା ଖର୍ଚ୍ଚ କରିଥିବା ସ୍ବୀକାର କରିଥିଲା। ପୁଲିସ ଏହି ବାଇକକୁ ମଧ୍ୟ ଜବତ କରିଥିବା ଜିଆର୍ପି ଆଇଆଇସି ସନ୍ତୋଷ ମିର୍ଦ୍ଧା ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।
ହାଟିଆ ପାସେଞ୍ଜରରେ ବୃଦ୍ଧ ଦମ୍ପତିଙ୍କଠାରୁ ଲୁଟ୍
/sambad/media/post_attachments/wp-content/uploads/2022/05/loot.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)