ଦେଓଗା ଅଞ୍ଚଳକୁ ଫେରିଲେ ଲୁଟେରା ଦଳ, ଗୋଟିଏ ରାତିରେ ୩ ଦୋକାନରୁ ତାଳା କାଟି ଚୋରି

ଦେଓଗାଁ: କିଛି ଦିନର ନିରବତା ପରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳକୁ ପୁଣି ଫେରିଛନ୍ତି ଲୁଟେରା ଦଳ। ସହରରେ ଲୁଟପାଟ କରି ସାରିବା ପରେ ଗ୍ରାମାଞ୍ଚଳରେ ମାତିଲେଣି ଏହି ଡ଼କାୟତି ଗ୍ୟାଙ୍ଗ। ଗୋଟିଏ ରାତିରେ ଦେଓଗାଁ ଥାନାଞ୍ଚଳର ବିଭିନ୍ନ ସ୍ଥାନ ୩ଟି ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଦେଓଗାଁ ବସ୍‌ଷ୍ଟାଣ୍ଡରେ ଥିବା ଖେଡ଼ୁ ପାନ ଦୋକାନ ଥାନା ଠାରୁ ମାତ୍ର ୫୦ ଫୁଟ ଦୂରତାରେ ଅବସ୍ଥିତ। ହେଲେ ଗତ ମଙ୍ଗଲବାର ରାତିରେ ଏହି ଦୋକନର ତାଳା କାଟି ଦୋକାନ ଭିତରେ ଥିବା ପାନ ମସଲା, ଥଣ୍ଡା ପାନୀୟ ଜଳ ସାମଗ୍ରୀ ଓ ନଗଦ ୨୮ହଜାର ଟଙ୍କା ଚୋରି ହୋଇଥିବା ଏହି ଘଟଣାସ୍ଥଳରୁ ମାତ୍ର ଗୋଟିଏ କିଲୋମିଟର ଦୂରତା ମଧ୍ୟରେ ଅର୍ଥାତ ବୁଧବାର ଅଭିଯୋଗ ହୋଇଛି ।

ସେହିପରି ଗାଈବାହାଲ ପଞ୍ଚାୟତ ସାଗରପାଲି ଗାଁର ଜାତୀୟ ରାଜପଥ କଡ଼ର ବାଳା ରଣାଙ୍କ ଦୋକାନର ତାଳା ଭାଙ୍ଗି ଚୋରି କରିଥିବା ବେଳେ ସଦର ବ୍ଲକ କୁଠୁର୍ଲାରେ ଥିବା ବଳଭଦ୍ର ପଧାନଙ୍କ ଦୋକାନରୁ ମଧ୍ୟ ତାଳା ଭାଙ୍ଗି ଚୋରି ହୋଇଥିବା ଚର୍ଚ୍ଚା ହେଉଛି। ଏହି ସମସ୍ତ ଦୋକାନରୁ ସମାନ ଭାବରେ ତାଳା କାଟି ଚୋରି ହୋଇଥିବାରୁ ଏହି ଅଞ୍ଚଳରେ ଡ଼କାୟତଙ୍କ ଏକ ବଡ଼ ରେକେଟ କାମ କରୁଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଚୋରି ହେବାର ଖବର ପାଇବା ପରେ ଦେଓଗାଁ ଓଆଇସି ରଞ୍ଜନ ବରିହା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର