ସରକାରୀ ମଦ ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବଅଁରପାଳ: ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଫୁଲପଡ଼ା ରାସ୍ତା ପାଓ୍ଵାର ଗ୍ରୀଡ ନିକଟସ୍ତ ରାସ୍ତାରେ ଆଜି ମଦଦୋକାନ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଫୁଲପଡ଼ା ରାସ୍ତା ପାଓ୍ଵାର ଗ୍ରୀଡ ନିକଟସ୍ତ ରାସ୍ତାରେ ଆଜି ସକାଳ ୯.୩୦ବେଳେ ହିନ୍ଦୋଳ ବିଦେଶୀ ମଦ ଦୋକାନର କର୍ମଚାରୀ ସରବ ଯାଦବ ଏକ ସ୍କୁଟି ନେଇଯାଉଥିଲେ। ସ୍କୁଟି ଓଡ଼ି୦୬ଜି୭୧୪୫ ଗାଡ଼ିରେ ଯାଉଥିବା ବେଳେ ହଠାତ ତିନିଟି ବାଇକରେ ୭ଜଣ ଆସି ଅତର୍କିତ ଭାବେ ତାଙ୍କ ଉପରେ ମାରଣାଅସ୍ତ୍ର ଖଣ୍ଡା ଓ ବନ୍ଧୁକରେ ଆକ୍ରମଣ କରି ସରବଙ୍କ ହାତକୁ ହାଣି ତାଙ୍କ ସ୍କୁଟି ଓ ଅନୁଗୁଳ ମାଲିକଙ୍କ ପାଖକୁ ନେଉଥିବା ଟଙ୍କା ପାଞ୍ଚଲକ୍ଷ ଷାଠିଏ ହଜାର ଟଙ୍କାକୁ ଲୁଟି ନେଇ ଯାଇଥିଲେ। ସରବ ଆହତ ହୋଇ ଅନୁଗୁଳ ମୁଖ୍ୟ ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଏନେଇ ସେ ମହୀଧରପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର