୧୮ ଘଣ୍ଟା ହୋଇନି , ଆରଡ଼ି ଛକରେ ପୁଣି ବନ୍ଧୁକ ଦେଖାଇ ଘର ଭିତରୁ ଲୁଟ; ବୃଦ୍ଧା ଗୁରୁତର 

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏବେ କଥା କଥା କେ ଚାଲିଛି ଗୁଳି ମାଡ଼। ଗତକାଲି ରାତିରେ ମେଡିସିନ ଦୋକାନରେ ଗୁଳି ଫୁଟାଇ ଆତଙ୍କ ଖେଳାଇ ଦୋକାନରୁ ମୋବାଇଲ ଓ ଟଙ୍କା ଲୁଟି ବାର ୧୮ଘଣ୍ଟା ନ ପୁରୁଣୁ ପୁଣି ଆରଡ଼ି ଛକରେ ବନ୍ଧୁକ ଦେଖାଇ ଘରୁ ଲୁଟ୍ ‌ହୋଇଛି। ଏଥିରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘର ଭଡ଼ା ନେବାକୁ କହି ବନ୍ଧୁକ ଦେଖାଇ ଏହି ଲୁଟ ହୋଇଛି।

ସୂଚନାଯୋଗ୍ୟ,  ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା  ଆରଡ଼ି ଛକ ନିକଟ ମାଜିଷ୍ଟ୍ରେଟ କ୍ୱାଟର ନିକଟରୁ ଲୁଟ ହୋଇଛି । ନେସ୍କୋର ପୂର୍ବତନ ଡେପୁଟି ଜେନେରାଲ ମେନେଜର  କୃଷ୍ଣଚନ୍ଦ୍ର ଜେନାଙ୍କ ଘରୁ ଲୁଟ ହୋଇଛି । ତେବେ ଦୁଇ ଦୁର୍ବୃତ୍ତ ସକାଳ ସମୟରେ ଆସି ଘର ଭଡା ନେବା ପାଇଁ କଥା ହୋଇ ପଳାଇଥିଲେ । ପରେ କୃଷ୍ଣଚନ୍ଦ୍ର ଘରୁ ବାହାରି ଯିବା ପରେ ପୁଣି ଦୁଇ ଦୁର୍ବୃତ୍ତ ଘରକୁ ଆସି ଘର ଭଡା ପାଇଁ ଅଗ୍ରୀମ ଦେବା ନେଇ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ । ପରେ ପାଣି ପିଇବା ପାଇଁ କହିବାରୁ ମହିଳା ଜଣକ ଘର ଭିତରକୁ ଯାଇଥିବା ବେଳେ ଦୁଇ ଦୁର୍ବୃତ୍ତ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବେଲ୍ଟରେ ବେକକୁ ବାନ୍ଧି ସୁନା ଗହଣା ଲୁଟି ନେଇଥିଲେ ।

ଏହି ସମୟରେ କୃଷ୍ଣଚନ୍ଦ୍ର ଘରକୁ ଫେରି ଆସିବାରୁ ଲୁଟେରା ଦୁଇ ଜଣ ବାଇକ ନେଇ ପଳାଇଯାଇଥିଲେ । ତେବେ ଗତକାଲି ରାତିରେ ଏହି ଘର ଠାରୁ ମାତ୍ରା ୫୦୦ ମିଟର ଦୂରରେ ଥିବା ଏକ ମେଡ଼ିସିନ ଦୋକାନରେ ଗୁଳି କରି ଟଙ୍କା ଲୁଟ କରିଥିଲେ । ଏବେ ଗ୍ରାମାଞ୍ଚଳ ପୁଲିସ ପହଂଚି ତଦନ୍ତ ଆରମ୍ଭ  କରିଛି । ନେସ୍କୋର ପୂର୍ବତନ ଡେପୁଟି ଜେନେରାଲ ମେନେଜର  କୃଷ୍ଣଚନ୍ଦ୍ର ଜେନା ଏ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଏହି ଦୁଇ ଘଟଣାର  କେଉଁ ମାନେ ସଂପୃକ୍ତ ଅଛନ୍ତି ସେନେଇ କୌଣସି ସୂଚନା ପାଇନାହିଁ।

ସମ୍ବନ୍ଧିତ ଖବର