ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ ଅଭିଯୋଗ

ବଳରାମଗଡ଼ି ଶୁଖୁଆ ବ୍ୟବସାୟୀ ସଂଘର ସଭାପତି ଗିରଫ

ଚାନ୍ଦିପୁର: ଜଣେ ଯୁବକଙ୍କୁ ରାସ୍ତାରେ ଅଟକାଇ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ ଅଭିଯୋଗରେ ଶନିବାର ବାଲେଶ୍ୱର ଚାନ୍ଦିପୁରସ୍ଥିତ ବଳରାମଗଡ଼ି ସାମୁଦ୍ରିକ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ବସିର ସାହା। ସେ ଏବେ ବଳରାମଗଡ଼ି ଶୁଖୁଆ ବ୍ୟବସାୟୀ ସଂଘର ସଭାପତି ଦାୟିତ୍ୱରେ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବଳରାମଗଡ଼ି ମିର୍ଜାପୁର ଗ୍ରାମର ମନୋଜ କୁମାର ପାତ୍ର ଗତ ୯ ତାରିଖ ଦିନ ବାଲେଶ୍ୱରରୁ ନିଜ ଘରକୁ ଫେରୁଥିଲେ। ଏତିକିବେଳେ ସ୍ଥାନୀୟ ଅଞ୍ଚଳର ବସିର ସାହା, ସେଖ ଆକବର, ସେଖ ରାଜା ଓ ସେମାନଙ୍କ ସହ ଆଉ କିଛି ଯୁବକ ମିଶି ତାଙ୍କୁ ଅଟକାଇ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ଧାରୁଆ ଅସ୍ତ୍ରରେ ମନୋଜଙ୍କ ଛାତିକୁ ଆକ୍ରମଣ କରିଥିଲା। ତା’ପରେ ତାଙ୍କ ବେକରେ ଥିବା ସୁନାହାର ଓ ପକେଟରେ ଥିବା ୬୦୦୦ ଟଙ୍କା ଲୁଟି ନେଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ମନୋଜଙ୍କ ଘରଲୋକ ସେଠାରେ ପହଂଚି ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ।

ଏନେଇ ମନୋଜ ହସ୍ପିଟାଲରୁ ଫେରିବା ପରେ ଗତ ୧୮ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ ନମ୍ବର ୧୪/୧୯ରେ ମାମଲା ରୁଜୁ କରି ଆଜି ବସିର ସାହାକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାରଥିବା ଜଣାପଡ଼ଛି।

ସମ୍ବନ୍ଧିତ ଖବର