ଭଞ୍ଜନଗର/ବେଲଗୁଣ୍ଠା: ଆଗକୁ ପାର୍ବଣର ଋତୁ ଆସୁଛି। ବିଶେଷ କରି ଏହି ସମୟରେ ଚୋରଙ୍କ ପ୍ରାଦୁର୍ଭାବ ବଢିଥାଏ। ବେରୋଜଗାର ସାଙ୍ଗକୁ ଜୁଆ ଖେଳ ଏହାର ପ୍ରମୁଖ କାରଣ ପାଲଟି ଥିବା ବେଳେ ଆଗାମୀ ଦିନରେ ଚୋରି ରୋକିବା ପୁଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧିନ ବେଲଗୁଣ୍ଠାରେ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବେଲଗୁଣ୍ଠା ଅଞ୍ଚଳରେ ଚୋରମାନଙ୍କ ପ୍ରାଦୁର୍ଭାବ ବଢ଼ିଛି । ଗତକାଲି ରାତିରେ ବେଲଗୁଣ୍ଠା ବଣିକ ସଂଘ ଉପସଭାପତି କାଳୁ ଚରଣ ପଣ୍ଡାଙ୍କ ବାସଗୃହ ତଥା ଲୋକନାଥ ଭବନରୁ ଚୋରମାନେ କଳାକନା ବୁଲାଇ ଦେଇଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2020/10/bhanja1-1024x768.jpg)
ଚୋରମାନେ ନଗଦ ଏକ ଲକ୍ଷ ଟଙ୍କା ଏବଂ ତାଙ୍କ ଘର ଭିତର ଆଲମିରାରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି କରି ନେଇଥିବା ବେଲଗୁଣ୍ଠା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଚୋରିର ଦୃଶ୍ୟ କଏଦ ହୋଇଛି କାଳୁ ଚରଣ ପଣ୍ଡାଙ୍କ ଘରେ ଲାଗିଥିବା ସିସି କ୍ୟାମରୋରେ। ସିସିଟିଭି ଦୃଶ୍ୟ ଅନୁସାରେ ଗତକାଲି ରାତିରେ ଦୁଇରୁ ଅଧିକ ଚୋର ତାଙ୍କ ଘର ବାରିପଟୁ ଗ୍ରୀଲ ତାଲା ଭାଙ୍ଗି ଓ କାଠ କବାଟର ଲୁହା ଗେଡାକୁ ହୋଲକରି ଘର ଭିତରକୁ ଆସିଥିଲେ। ଅତି ଚତୁରତାର ସହ କବାଟ ଖୋଲି ଆସିଥିବା ଦୁଇ ଜଣ ଚୋର କୌଶଳ କ୍ରମେ ଘରେ ପଶିଥିଲେ । ଘର ଭିତରେ ପଶିବା ପରେ ସିସିଟିଭି କ୍ୟାମେରାକୁ ଦେଖି ନିଜ ମୁହଁକୁ ଘୋଡାଇ ଥିଲେ । ଶ୍ରୀ ପଣ୍ଡା ଏବଂ ତାଙ୍କ ପରିବାର ଉପର ମହଲା ଘରେ ଶୋଇଥିବା ବେଳେ ଚୋର ମାନେ ସେହି ଘରର କବାଟକୁ ବାହାର ପଟୁ ବନ୍ଦ କରିଦେଇଥିଲେ। ପରେ ଘରେ ଅଧ ଘଣ୍ଟା ଧରି ଲୁଟ୍ ତରାଜ କରିବା ସହ ଆଲମାରି ଭାଙ୍ଗି ୧୦୦ ଗ୍ରାମରୁ ଅଧିକ ଓଜନର ସୁନା ଗହଣା, ୩୦୦ ଗ୍ରାମରୁ ଅଧିକ ଓଜନର ରୁପା ଗହଣା,ନଗଦ ଏକ ଲକ୍ଷ ଟଙ୍କା ନେଇଯିବା ସହ ଘରର ଜିନିଷପତ୍ରକୁ ଏଣେ ତେଣେ ଫୋପାଡ଼ି ଦେଇଥିଲେ।
/sambad/media/post_attachments/wp-content/uploads/2020/10/bhanja-1-1024x768.jpg)
ଆଜି ସକାଳେ ଶ୍ରୀ ପଣ୍ଡା ବେଲଗୁଣ୍ଠା ପୁଲିସ୍କୁ ଜଣାଇବା ପରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଏବଂ ଛତ୍ରପୁରରୁ ଆସିଥିବା ସନ୍ଧାନୀ କୁକୁର,ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଚୋରମାନଙ୍କ ଚୋରି ଓ ଚୋରମାନଙ୍କ ସଂର୍ପକରେ ଟେର ପାଇ ପାରିନଥଲେ। ଏନେଇ ବେଲଗୁଣ୍ଠା ଫାଣ୍ଡିରେ ଶ୍ରୀ ପଣ୍ଡା ସନ୍ଧ୍ୟାରେ ଏତଲା ଦେବା ପରେ କେସ୍ ନମ୍ବର ୫୧୦/୨୦ ରେ ଏକ ମାମଲା ରୁଜୁ କରି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bhanja2.jpg)
