ବିବାହ ପ୍ରସ୍ତାବ ଆଣିଛୁ କହି ଦିନ ଦ୍ୱିପ୍ରହରରେ ଘରେ ପଶିଗଲେ ଦୁର୍ବୃତ୍ତ, ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ ଅଭିଯୋଗ

ବ୍ରହ୍ମପୁର: ବଡବଜାର ଥାନା ଜଗନ୍ନାଥ ବିହାର ୭ମ ଲାଇନ୍‌ରେ ଗୁରୁବାର ଅପରାହ୍ଣରେ ଜଣେ ମହିଳାଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମହିଳା କୈଳାସୀ ସାହୁ (୫୬)ଙ୍କ ଘରେ ପଶି ଦୁର୍ବୃତ୍ତମାନେ ଲୁଟ କରିଛନ୍ତି। ଆଜି ଅପରାହ୍ଣ ୧ ଟା ବେଳେ ଘରେ କେହି ନଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୁଅ ବିବାହ ପାଇଁ ପ୍ରସ୍ତାବ ଆଣିଛୁ କହି ଘରେ ପ୍ରବେଶ କରିିଥିଲେ।

ଦୁର୍ବୃତ୍ତମାନେ ଘରେ ଏକାକୀ ଥିବା ମହିଳାଙ୍କ ପାଟିରେ ଗାମୁଛା ବାନ୍ଧି ଦେଇଥିଲେ। ଏଥିରେ ମହିଳା ଜଣକ ଭୟଭୀତ ହୋଇ ଯାଇଥିଲେ। ପାଟି ଫିଟାଇଲେ ମାରିଦେବୁ କହିବାରୁ ଦୁର୍ବୃତ୍ତଙ୍କୁ ମହିଳା ଜଣକ ବିରୋଧ ପରିପାରି ନଥିଲେ। ଦୁର୍ବୃତ୍ତମାନେ ମହିଳା ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିବା ସୂଚନା। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅପରାଧୀଙ୍କ ପାଇଁ ଅମରାବତୀ କୁହାଯାଉଥିବା ବ୍ରହ୍ମପୁର ସହରରେ ଦିନକୁ ଦିନ ଅଭିନବ ଶୈଳୀରେ ଲୁଟ ହେଉଥିବା ଦେଖାଯାଉଛି। ଅନେକ ସମୟରେ ଲୁଟେରାମାନେ ଧରାପଡିଯାଉଥିବା ବେଳେ ପୁଲିସ କିଛି ଅପରାଧୀଙ୍କୁ ଧରିପାରୁ ନାହିଁ।

ସମ୍ବନ୍ଧିତ ଖବର