ସୁନ୍ଦରଗଡ଼: ଵୁଧବାର ଦିନ ୧୧ଟାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁ ଡାକ୍ତର ଆକାଶ ଅଗ୍ରୱାଲଙ୍କ ସରକାରୀ ନିବାସରୁ ନଗଦ ୫ ଲକ୍ଷ ଟଙ୍କା ଚୋରି ହୋଇଛି। ଚୋର ଡାକ୍ତରଙ୍କ ଆଲମିରା ତାଲା ଭାଙ୍ଗି ଟଙ୍କା ତକ ନେଇ ଯାଇଥିବା ଅଭିଯୋଗ ହୋଇଛି।
ଵୁଧଵାର ସକାଳ ସାଢେ ୮ଟାରେ ଡ. ଅଗ୍ରୱାଲ ସହ ଅନ୍ୟ ଡାକ୍ତରମାନେ ଡାକ୍ତରଖାନା ଚାଲି ଯାଇଥିଲେ। ଦିନ ୧୧ଟା ୪୫ରେ ଘରକୁ ଫେରିବା ପରେ ଡ. ଅଗ୍ରୱାଲଙ୍କ କୋଠରୀ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଭିତରେ ପଶିଲା ଵେଳକୁ ଆଲମିରା ମଧ୍ୟ ଭଙ୍ଗା ଯାଇଥିଲା ଓ ଲକରରୁ ୫ ଲକ୍ଷ ଟଙ୍କା ନଥିବା ଜାଣିବାକୁ ପାଇଥିଲେ।
ଚୋରି ହୋଇଥିବା ଜାଣି ତୁରନ୍ତ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଟାଉନ ପୁଲିସ ଏକ ମାମଲା ରୁଜୁ କରି ତନାଘନା ଚଲାଇଛି। ଆଜି ସର୍ଗିପାଲି ଫାଣ୍ଡିରେ ଅନ୍ୟ ମାମଲାର ୫ ଦୁର୍ବୃତ୍ତ ଧରା ପଡିଥିବାଵେଳେ ଟାଉନ ପୁଲିସ ଏ ଚୋରି ସହ ସେମାନଙ୍କ ସମ୍ପୃକ୍ତି ଅଛି କି ନାହିଁ ତାର ଖୋଜଖବର ନେଵାକୁ ସେଠାକୁ ଯାଇଛି।
ତେଵେ ଡାକ୍ତର ନଗଦ ୫ ଲକ୍ଷ ଟଙ୍କା ପାସବୁକରେ ନରଖି ଆଲମିରାରେ କାହିଁକି ରଖିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି? କିନ୍ତୁ ଦିନଵେଳା ସହର ମଧ୍ୟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଡାକ୍ତର କଲୋନିରୁ ଚୋରି ଚର୍ଚ୍ଚାର ଵିଷୟ ହୋଇଛି। ସହରରେ ଦିନକୁ ଦିନ ଚୋରି ବଢିଥିବା ଵେଳେ ଏହାକୁ ରୋକିଵା ପାଇଁ ପୁଲିସ ଠୋସ୍ ପଦକ୍ଷେପ ନେଵା ଜରୁରୀ ଵୋଲି ସାଧାରଣରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/download-15.jpg)