ଖୋର୍ଦ୍ଧା: ଖୋର୍ଦ୍ଧା ଜଟଣୀ ରେଳ ଷ୍ଟେସନ୍‌ ନିକଟରୁ ଗୁରୁବାର ଅପରାହ୍ନରେ ଦୁର୍ବୃତ୍ତ ଜଣେ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

ଏହି ଲୁଟର ଶିକାର ହୋଇଥିବା ବ୍ୟବସାୟୀ ଗୌତମ ପଟ୍ଟନାୟକଙ୍କ କହିବାନୁସାରେ, ତାଙ୍କର ଘର କାମ ଚାଲିଥିବାରୁ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଆଜି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ହଠାତ ଦୁଇଜଣ ଦୁର୍ବୃତ୍ତ ଏକ କଳାରଙ୍ଗର ପଲସରରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ। ଏହାପରେ ସେ ଧରିଥିବା ୬ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ଘଟଣାସ୍ଥଳକୁ ଚମ୍ପଟ ମାରିଥିଲେ। ଲୁଟର ଶିକାର ହେବା ପରେ ଗୌତମ ଭୟଭୀତ ହୋଇଯାଇଥିଲେ।

ସେ ଆଉ ଘରକୁ ନଫେରି ସିଧାସଳଖ ଜଟଣୀ ଥାନାକୁ ଯାଇଥିଲେ। ଥାନାରେ ଏହି ଲୁଟ ନେଇ ଅଭିଯୋଗ କରିବା ପରେ ଜଟଣୀ ପୁଲିସ ଦୁଇ ଲୁଟେରାକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏଥିସହିତ ଲୁଟ ହୋଇଥିବା ସ୍ଥାନ ଓ ତାର ଆଖପାଖରେ ଲାଗିଥିବା ସିସିଟିଭିକୁ ପୁଲିସ ଯାଞ୍ଚ କରୁଛି।