ଖୋର୍ଦ୍ଧା: ଗରମ ହେତୁ ପରିବାର ସଦସ୍ୟମାନେ ଛାତ ଉପରେ ଶୋଇଥିଲେ । ସକାଳୁ ଉଠି ତଳକୁ ଓହ୍ଲାଇ ଦେଖିବା ବେଳେ ଶୋଇବା ଘର ଝରକା ଭାଙ୍ଗି ଚୋର ସୁନାଗହଣା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରାଇ ନେଇଯାଇଛନ୍ତି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍ ଥାନା ଅଧୀନ ଟାଙ୍ଗିଆପଡ଼ା ଗାଁରେ ।
ସୂଚନାନୁସାରେ, ବସନ୍ତ କୁମାର ବେହେରା ଓ ତାଙ୍କ ପରିବାର ସଦସ୍ୟମାନେ ଗତକାଲି ରାତିରେ ଗରମ ହେତୁ ଛାତ ଉପରେ ଶୋଇଥିଲେ । ସକାଳୁ ତଳକୁ ଓହ୍ଲାଇ ଦେଖିବା ବେଳେ ସମସ୍ତ ଆସବାବପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ । ବାଡ଼ିପଡ଼ ଝରକା ଭାଙ୍ଗି ଦୁର୍ବୃତ୍ତ ଘରେ ପଶି ଆଲମିରା ଭାଙ୍ଗି ସୁନା ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ଜିନିଷ ନେଇଯାଇଥିଲେ । ଖାଲି ଟ୍ରଙ୍କ ଆଦିକୁ ବାଡ଼ିପଟେ ଫିଙ୍ଗି ଦେଇଥିଲେ । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା । ଏନେଇ ମାମଲା ରୁଜୁ କରାଯିବା ସହ ଅନୁସନ୍ଧାନ ଆରମ୍ଭ ହୋଇଥିବା ଥାନା ସୂତ୍ରରୁ ଜଣାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/chori-tangiapada-khordha.jpg)