ମାଣତ୍ରି: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି ମାଣତ୍ରି ମୁଖ୍ୟ ରାସ୍ତାର କୁରାଢ଼ିଆ ଫାର୍ମ ହାଉସ ନିକଟରେ ଦୁଇଭଉଣୀ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ବଡ଼ସାହି ମାଣତ୍ରି ମୁଖ୍ୟ ରାସ୍ତାର କୁରାଢ଼ିଆ ଫାର୍ମ ହାଉସ ଦେଇ ଦୁଇ ଭଉଣୀ ନିଜର ଦୁଇ ବର୍ଷର ପୁଅକୁ ଧରି ସ୍କୁଟିରେ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ହଠାତ ଆସି ବଡ଼ ଭଉଣୀର ମୁଣ୍ଡକୁ ଆଘାତ ଦେଇଥିଲେ। ଏଥିସହିତ ତାଙ୍କ ବେକରୁ ମଙ୍ଗଳ ସୂତ୍ର ଛଡ଼ାଇ ନେଇଥିଲେ। ଏହାପରେ ପାଖରେ ଥିବା ସାନ ଭଉଣୀ ବେକରୁ ଲୁଟେରା ଚେନ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଦୁଇ ଭଉଣୀ ଏହାକୁ ବିରୋଧ କରିଥିଲେ ।
ଏହି ସମୟରେ ଲୁଟେରା ଶିଶୁକୁ ମାଉସୀ କୋଳରୁ ଛଡ଼ାଇ ନେଇ ତଣ୍ଟିକୁ ଧରି ଜଙ୍ଗଲକୁ ଫିଙ୍ଗି ଦେବାର ଧମକ ଦେଇଥିଲେ। ଏହି ଭୟରେ ମାଉସୀ ବି ଚୁପ ରହି ଯାଇଥିଲେ। ଫଳରେ ଲୁଟେରା ଉକ୍ତ ମହିଳାଙ୍କ ବେକରୁ ବି ଚେନ ଛିଣ୍ଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଲୁଟ ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/49d6e2ad-0c20-4ae6-8997-6addd9a33db3.jpg)
