ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦୁଝର: କେନ୍ଦୁଝର ଭାଲକିପାତଳା ସାହିରେ ରହୁଥିବା ଜଣେ ମହିଳାଙ୍କ ଠାରୁ ଦୁର୍ବୃତ୍ତ ୨ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗକୁ ଝାମ୍ପି ନେଇ ଯାଇଥିବା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଭାଲକିପାତଳା ସାହିରେ ଗୀତାଞ୍ଜଳି ମହାପାତ୍ର ବସବାସ କରନ୍ତି। ଆଜି ସେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ସ୍କୁଟିରେ ଘରକୁ ଫେରୁଥିଲେ। କିଛି ବାଟ ପିଛା କରିବା ପରେ ଘରଠାରୁ ମାତ୍ର କିଛି ଦୂରରେ ହଠାତ ଦୁଇଜଣ ଦୁର୍ବୃତ୍ତ ଆସି ଗୀତାଞ୍ଜଳିଙ୍କ ସ୍କୁଟି ଆଗରେ ନିଜର ପଲସର ରଖିଥିଲେ। ଗୀତାଞ୍ଜଳି ଏକା ଥିବା ହେତୁ ଦୁର୍ବୃତ୍ତଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ। କ’ଣ କରିବେ କିଛି ଜାଣି ପାରି ନଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଗୀତାଞ୍ଜଳିଙ୍କଠାରୁ ୨ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ୍‌ଟିକୁ ଝାମ୍ପି ନେଇ ଚାଲି ଯାଇଥିଲେ।

ଗୀତାଞ୍ଜଳି ଏହି ଲୁଟ ଘଟଣାକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର