ଦିନ ଦ୍ୱିପହରେ ବନ୍ଧୁକ ଫୁଟାଇ ଇଏସ୍‌ଆଇ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ଲ୍ୟାପଟପ୍‌ ଓ ମୋବାଇଲ ଫୋନ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଛକ ନିକଟରୁ ଦିନ ଦ୍ୱିପହରେ ଦୁର୍ବୃତ୍ତ ବନ୍ଧୁକ ଫୁଟାଇ ଲୁଟ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ତିନିଜଣ ଦୁର୍ବୃତ୍ତ ବନ୍ଧୁକ ଫୁଟାଇ ବଳରାମ ପ୍ରସାଦ ଛକ ନିକଟରୁ ବୋଲେର ଚାବି, ଗୋଟିଏ ଲ୍ୟାପଟପ୍‌ ଓ ମୋବାଇଲ ଫୋନ୍‌ ଆଦି ଇଏସ୍‌ଆଇ କର୍ମଚାରୀଙ୍କଠାରୁ ଲୁଟି ନେଇଥିବା ନାଲକୋ ପୁଲିସ ପକ୍ଷରୁ ସୂଚନା ମିଳିଛି। ନାଲକୋ ପୁଲିସ ଗୋଟିଏ ଅଫୁଟା ଗୁଳି ଓ ଫୁଟା ଗୁଳି ଜବତ କରିଛି। ତେବେ ବଳରାମ ପ୍ରସାଦ ଛକ ନିକଟରେ ଇଏସ୍‌ଆଇ ହସ୍‌ପିଟାଲ ନିର୍ମାଣ ହେଉଥିବା ହେତୁ ଇଏସ୍‌ଆଇ ଏହି ବୋଲେରୋ ଆସିଥିଲା। ତେବେ ଏହି ବୋଲେରୋର ପିଛା କରି ତିନିଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଏହି ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର