ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଡିକି ଭାଙ୍ଗି ୧.୯୧ ଲକ୍ଷ ଲୁଟ

ରାଉରକେଲା : ସୋମବାର ଉଦିତନଗର କାନାରା ବ୍ୟାଙ୍କ ସମ୍ମୁଖରୁ ସ୍କୁଟି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୧ଲକ୍ଷ ୯୧ ହଜାର ଟଙ୍କା ଲୁଟି ନେଇଛନ୍ତି l

ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୧ଟାରେ ବେଲଡ଼ିହିସ୍ଥିତ ପେଟ୍ରୋଲ ପମ୍ପର କର୍ମଚାରୀ ପରମଜିତ ସିଂହ ରାଉରକେଲା ପାୱାର ହାଉସରୋଡ ଅଫିସରୁ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଆସିଥିଲେ l ସେ ପ୍ରଥମେ ଟଙ୍କା ଜମା କରିବାକୁ ଉଦିତନଗର ଏସବିଆଇକୁ ଯାଇଥିଲେ l ତେବେ ବ୍ୟାଙ୍କ ଭିଡ ଥିବା ଦେଖି ପରମଜିତ ସିଂହ କାନାରା ବ୍ୟାଙ୍କକୁ ଆସିଥିଲେ l

ସ୍କୁଟିରେ ୧.୯୧ଲକ୍ଷ ଟଙ୍କା ରଖି ବ୍ୟାଙ୍କ ଭିତରକୁ ଆରଟିଜିଏସ କରିବାକୁ ଯାଇଥିଲେ l ଏହି ସମୟରେ ଦୁର୍ବୁତ୍ତମାନେ ପହଞ୍ଚି ପରମଜିତଙ୍କ ସ୍କୁଟି ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଥିଲେ l

ଏହି ଘଟଣା ପରେ ପରମଜିତ ସିଂହ ଉଦିତନଗର ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କ୍ରମେ ଉଦିତନଗର ପୁଲିସ ପହଞ୍ଚି ସିସି ଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି l

ସମ୍ବନ୍ଧିତ ଖବର