ମୋଟରବାଇକ ସୋରୁମରୁ ଚୋରି: ଲୁଟିନେଲେ ୫ ଲକ୍ଷ ସାଙ୍ଗକୁ ଲାପଟପ ଓ ଟାଵଲେଟ

ରାଉରକେଲା : ଗତକାଲି ବିଳମ୍ବିତ ରାତିରେ ଉଦିତନଗର ଆରଏମ ବଜାଜ ମୋଟର ବାଇକ ସୋରୁମରୁ ବଡ଼ ଧରଣର ଚୋରି ହୋଇଛି | କ୍ୟାସ କାଉଣ୍ଟର ଭାଙ୍ଗି ନଗଦ ୫ ଲକ୍ଷ ଟଙ୍କା, ଲାପଟପ, ଟାବଲେଟ ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି | ଚୋରି ଘଟଣାରେ ଉଦିତନଗର ପୁଲିସ ଜଣକୁ ଅଟକ ରଖିଛି l ତା ନିକଟରୁ ଟଙ୍କା, ଲାପଟପ ସହ ଅନ୍ୟାନ୍ୟ ଜିନିଷ ଜବତ ହୋଇଥିବା ଜଣା ପଡିଛି | ସବୁକିଛି ଯୋଜନାବଦ୍ଧ ଭାବେ ହୋଇଥିବାରୁ ଚୋରିରେ ସୋରୁମର ଜଣେ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି | ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଚଳାଇଛି |

ସମ୍ବନ୍ଧିତ ଖବର