ରାଉରକେଲା: ଇସ୍ପାତନଗରୀ ରାଉରକେଲାର ସେକ୍ଟର-୨ ଅଞ୍ଚଳରେ ବଡ଼ ଧରଣର ଚୋରି। ଉତ୍କଳମଣି ହୋମିଓପ୍ୟାଥି ମେଡ଼ିକାଲ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଆର.କେ. ପଣ୍ଡାଙ୍କ ସେକ୍ଟର-୨, ଏଚ -୨ ସ୍ଥିତ ବାସଭବନରେ କଳାକନା ବୁଲାଇଲେ ଦୁର୍ବୃତ୍ତ।
ଘରେ ପରିବାର ସଦସ୍ୟଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପଛ କବାଟ ଓ ଗ୍ରୀଲ ଭାଙ୍ଗି ପଶିଲେ ୩୦ ଭରି ସୁନାଗହଣା ସମେତ ନଗଦ ୨୫ ହଜାର ଲୁଟିନେଇ ଲୁଟେରା ଚମ୍ପଟ ମାରିଲେ। ସେକ୍ଟର-୩ ଥାନାରେ ଅଭିଯୋଗ ପରେ ଏବେ ପୁଲିସର ତଦନ୍ତ ଆରମ୍ଭ କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/1878ca73-fbff-494f-b2e4-1e89e5ca2386.jpg)