ଉମରକୋଟରେ ଏକ ବଡ଼ ଧରଣର ଡକାୟତି; ନଗଦ ଛଅ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ଷୀ ଗ୍ରାମଠାରେ ଏକ ବଡ଼ ଧରଣର ଡକାୟତି ହୋଇଛି। ବିରୁଜୁ ସାହୁ ନାମକ ବ୍ୟକ୍ତିଙ୍କ ଘରୁ ଡକାୟତମାନେ ରାତି ଅଧରେ  ନଗଦ ୬ ଲକ୍ଷ ଟଙ୍କା ସହ ସୁନାଗହଣା ଆଦି ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଡକାୟତମାନେ ବିରୁଜୁ ସାହୁଙ୍କୁ ଖଟ ଉପରେ ବସାଇ ହାତ ଗୋଡ ବାନ୍ଧି ଦେଇ ବେକରେ ଛୁରୀ ଲଗାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଥିଲେ। ଏଥିସହିତ ମାରଣାସ୍ତ୍ର ଦେଖାଇ ଡକାୟତମାନେ ବିରୁଜୁ ସାହୁଙ୍କ ସ୍ତ୍ରୀ ସରିତାଙ୍କୁ ଧମକ ଦେଇ ଟଙ୍କା ଓ ସୁନା ଗହଣା ଆଣିବାକୁ କହିଥିଲେ। ସ୍ୱାମୀଙ୍କ ଜୀବନ ରକ୍ଷା କରିବା ପାଇଁ ପତ୍ନୀ ଘରେ ମକା ଓ ଧାନ ବିକ୍ରି କରି ରଖିଥିବା ନଗଦ ଛଅ ଲକ୍ଷ ଟଙ୍କା ସହ ଆନୁମାନିକ ଅଢେଇ ଲକ୍ଷ ଟଙ୍କାର ସୁନାଗହଣା ଦେଇ ଦେଇଥିଲେ । ଟଙ୍କା ଓ ଗହଣା ନେବା ପରେ ସରିତାଙ୍କ ହାତ ବାନ୍ଧି ଦେଇଥିଲେ।

Image result for loot
Hindustan

ଏସବୁ ପରେ ଘରେ ଥିବା ଏକ ନୂତନ ବାଇକ୍‌କୁ ଡକାୟତମାନେ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ କବାଟ ବନ୍ଦ ଥିବା ଯୋଗୁଁ ବାଇକ୍‌ ନେଇ ନ ପାରି ବାଇକ୍‌ର ପ୍ଲଗ ତାରକୁ କାଟି ଦେଇ ଘରେ ଥିବା ୫ ଲିଟର ପେଟ୍ରୋଲ ଓ ଦୁଇଟି ମୋବାଇଲ ନେଇ ଯାଇଥିଲେ। ଡକାୟତମାନେ ଚାଲିଯିବା ପରେ ସରିତା ବହୁ କଷ୍ଟରେ ବନ୍ଧା ଯାଇଥିବା ଦଉଡ଼ି ବାହାର କରି ନିଜେ ମୁକ୍ତ ହେବା ସହ ବିରୁଜୁଙ୍କୁ ମୁକ୍ତ କରିଥିଲେ। ଡକାୟତମାନେ ବାହାର ଆଡୁ କବାଟ ବନ୍ଦ କରିଦେଇ ଥିବା ଯୋଗୁଁ ଘରର ଛାତ ଆଡୁ ବାହାରକୁ ଆସି ଗ୍ରାମବାସୀଙ୍କୁ ସବୁକଥା ଜଣାଇଥିଲେ ବିରୁଜୁ ଓ ସରିତା।

ସମ୍ବନ୍ଧିତ ଖବର