ସୁନ୍ଦରଗଡ଼: ବିରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ କୁମଝରିଆ ଛକ ନିକଟରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ଗତ ମାସ ୧୯ ତାରିଖ ଦିନ ୫ ମୁଖା ପିନ୍ଧା ଡକାୟତ ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କାର ଅଳଙ୍କାର, ନଗଦ ୭୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ | ଏହି ଘଟଣାକୁ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଗୁରୁତ୍ୱର ସହ ନେବା ସହିତ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |
ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ସାହୁ, ରୋହିତ ତିର୍କୀ, ବିକାଶ ଲାକ୍ରା, ଏମଡି ତନବୀର ଆଲମ ବୋଲି ସୂଚନା ଦେଇଛନ୍ତି | ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଛୁରୀ, ଦୁଇଟି ଗାଡି, ନଗଦ ୪୧୦୦ ଟଙ୍କା ଜବତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି |