ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ଛେନାପଦିଛକରେ ଥିବା ‘ଜୟନ୍ତୀ ଜୁଏଲର୍ସ’ ସମ୍ମୁଖରୁ ଆଜି ପୂର୍ବାହ୍ନ ୯ଟାବେଳେ ସଂପୃକ୍ତ ଦୋକାନୀଙ୍କ ବାଇକ୍ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଓ ନଗଦ ୬୫ହଜାର ଟଙ୍କା ଲୁଟି ନେଇଛନ୍ତି।
ଲୁଟେରାମାନେ ଉକ୍ତ ସୁନା ଦୋକାନରୁ ଲୁଟ୍ କରିବାପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ। ଦୋକାନ ଆଗରେ ପାଣିରେ ବିସ୍କୁଟକୁ ଭିଜାଇ ପକାଇବା ସହ ଅପରିଷ୍କାର କରିଦେଇଥିଲେ। ଆଜି ପୂର୍ବାହ୍ନ ୯ଟାବେଳେ ଦୋକାନୀ କୋଦଣ୍ଡଧର ସାହୁ ଦୋକାନ ଖୋଲିବାକୁ ଆସିଲା ବେଳକୁ ଦୋକାନ ସମ୍ମୁଖ ଅପରିଷ୍କାର ହୋଇଥିବା ଦେଖିବାକୁ ପାଇଥିଲେ। ଦୋକାନ ଆଗରେ ବାଇକ୍ ରଖି ପଛପଟକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଦୋକାନ ସମ୍ମୁଖରେ ଥିବା ବାଇକ୍ ଡିକି ଭାଙ୍ଗି ଜଣେ ଦୁର୍ବୃତ୍ତ ୫ଭରି ଓଜନର ସୁନାଗହଣା, ଦେଢ଼କେଜି ରୁପା ଅଳଙ୍କାର ଓ ୬୫ ହଜାର ଟଙ୍କା ଥିବା ବ୍ୟାଗ୍ ବାଇକ ନେଇ ଦୌଡ଼ିଥିଲା। ରାସ୍ତାରେ ବାଇକ୍ ଷ୍ଟାର୍ଟ କରି ଅପେକ୍ଷା କରିଥିବା ଅନ୍ୟଜଣେ ସହଯୋଗୀ ସହ ବାଇକ୍ରେ ଭଦ୍ରକକୁ ଆଡ଼କୁ ପଳାଇଥିଲେ। ଏନେଇ କୋଦଣ୍ଡଧର ତୁରନ୍ତ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଏସ୍ଆଇ ଲୋହିତରାଜ ନାୟକ ଘଟଣାସ୍ଥଳରେ ପହଞ୍ଚି ଆଖପାଖର ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବାପାଇଁ ଖୋଳତାଡ଼ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ତିନିବର୍ଷ ତଳେ କୋଦଣ୍ଡଧର ଦୋକାନ ପୂଜା କରିବାକୁ ପାଣି ଆଣିବାକୁ ଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଦୋକାନରେ ପଶି ଲକ୍ଷାଧିକ ଟଙ୍କାର ସୁନାରୁପା ଗହଣା ଲୁଟି ନେଇଥିଲେ। ପୁଲିସ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଏଯାଏ ଲୁଟେରାଙ୍କ ସୁରାକ ପାଇପାରି ନାହିଁ।
ଦୋକାନ ସମ୍ମୁଖରୁ ଲୁଟିଲେ ସୁନାଗହଣା, ଟଙ୍କା
ତିନିବର୍ଷ ତଳେ ସମାନ ଢଙ୍ଗରେ ଲୁଟିଥିଲେ
/sambad/media/post_attachments/wp-content/uploads/2024/06/ebad5d4a-0b59-4adb-b488-accbf4500a6b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)