ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ଥାନା କୋଶଳା ବଜାରରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଦୁର୍ବୃତ୍ତ ଅଢେଇ ଲକ୍ଷ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ; କୋଶଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଜଳଧର ପ୍ରଧାନ(୬୫) ଛେଣ୍ଡିପଦା ଷ୍ଟେଟ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ଉଠେଇ ଡିକିରେ ଟଙ୍କା ରଖି ବାଇକରେ ଘରକୁ ଫେରୁଥିଲେ। ଫେରିବା ବାଟରେ କୋଶଳା ବଜାରରେ ବାଇକ ରଖି ଡିକିରୁ ଟଙ୍କା ବ୍ୟାଗ ଧରି ତେଜରାତି ଦୋକାନକୁ ଯିବା ପୂର୍ବରୁ ଏକ କେଟିଏମ ବାଇକରେ ପଛରୁ ଆସି ଦୁର୍ବୃତ୍ତ ଟଙ୍କା ବ୍ୟାଗ ଶିକ୍ଷକଙ୍କ ଠାରୁ ଝାମ୍ପି ନେଇଥିଲେ।
କେଟିଏମ ବାଇକରେ ଦୁଇଜଣ ଦୁର୍ବୃତ୍ତ ଥିବାବେଳେ ଛେଣ୍ଡିପଦାରୁ ସେମାନେ ପିଛା କରୁଥିବା ଜଣାପଡ଼ିଛି। ଜଳଧରଙ୍କ ଅଭିଯୋଗରେ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fdeb54ba-5830-48e6-8ae7-1f15ae196161.jpg)