ତାଲା ଭାଙ୍ଗି ଗୃହ ଉପକରଣ ସହିତ ୮୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ: ନାଲକୋ ନଗର ଥାନା ଅନ୍ତର୍ଗତ ଗିରଙ୍ଗ ସିିପିପି ରୋଡରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଦୁର୍ବୃତ୍ତ  ଗୃହ ଉପକରଣ ସହିତ ପାଖାପାଖି ୮୦ହଜାର ଟଙ୍କା ଲୁଟି ନେଇଛନ୍ତି।

ସୂଚନାଯୋଗ୍ୟ, ନାଲକୋ ନଗର ଥାନା ଅନ୍ତର୍ଗତ ଗିରଙ୍ଗ ସିିପିପି ରୋଡସ୍ଥିତ ଏକ ଭଡ଼ା ଘରେ ମନୋରଞ୍ଜନ ସ୍ୱାଇଁ ୪ବର୍ଷ ହେଲା ରହୁଥିଲେ। ରବିବାର ଦିନ ଘରେ ତାଲା ପକାଇ ମନୋରଞ୍ଜନ ଅପରାହ୍ନରେ ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସୋମବାର ଦୁର୍ବୃତ୍ତ ପଡୋଶୀ ଘରର ତାଲା ଭାଙ୍ଗିଥିବା ସମ୍ପର୍କରେ ଫୋନ୍‌ ଯୋଗେ ଖବର ପାଇଥିଲେ। ଏହପରେ ସେ ଘରକୁ ଆସି ଦେଖିଲା ବେଳକୁ ତାଙ୍କ ଘରୁ ଓ୍ଵାସିଂ ମେସିନ୍‌, ଗ୍ୟାସ ସିଲିଣ୍ଡର, ଗ୍ରାଇଣ୍ଡର, ଇନ୍‌ଡକ୍‌ସନ୍‌ ଚୁଲା, ମ୍ୟୁଜିକ୍‌ ସିଷ୍ଟମ, ଏଲସିଡି, ଇନ୍‌ଭୋଟର ସେଟ ସହିତ ପାଖାପାଖି ୮୦ହଜାର ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଏହି ଚୋରି ସମ୍ପର୍କରେ ମନୋରଞ୍ଜନ ନାଲକୋ ପୁଲିସଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର