ଫାଇନାସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା ଲୁଟ 

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳ ଏବେ ଅପରାଧୀଙ୍କ ଗଡ଼ ପାଲଟିଛି । ଚୋରି, ଲୁଟ, ରାହାଜାନୀ ବୃଦ୍ଧି ପାଉଛି । ପୁଲିସ କେବଳ ନିରବଦ୍ରଷ୍ଠା ସାଜିଛି । ଆଜି ପୁଣି ଜଣେ ଫାଇନାସ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି । ସେ ହେଲେ ନୂଆସାହି ବିଶ୍ୱାଳ ସାହି ଗ୍ରାମର ରାକେଶ ବିଶ୍ୱାଳ ।

ରାକେଶ ହିରୋ ଫାଇନାସରେ କାମ କରନ୍ତି । ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟେ ସମୟରେ ସେ ଚଣାହଟ୍ଟା ରାଜସ ରାସ୍ତାରେ ଟିଙ୍କିପଡା ଅଭିମୁଖେ ଗାଡି ଫାଇନାସ ଟଙ୍କା କଲେକ୍ସନ ପାଇଁ ଯାଉଥିଲେ । ଏହି ସମୟରେ ରାକେଶଙ୍କ ଫୋନ କଲ ଆସିଥିଲା ଏବଂ କଲେକ୍ସନ ଦେବା ପାଇଁ ଡକାଇଥିବା ବ୍ୟକ୍ତି ପରେ ଟଙ୍କା ଦେବେ ବୋଲି କହିଥିଲେ । ତେଣୁ ରାକେଶ କୁଳନ୍ତିରା ଗହୀର ମଝି ରାସ୍ତାରୁ ବାଲିପାଟଣା ଫେରୁଥିଲେ । ଠିକ ସେତିକିବେଳେ ୨ ଜଣ ଯୁବକ ଏକ ବ୍ଲୁ ରଙ୍ଗ ପଲସରରେ ଆସି ଅଟକିଥିଲେ ଏବଂ ଗାଡିରୁ ଓହ୍ଲାଇ ହଠାତ ଜଣେ ବ୍ୟକ୍ତି ରାକେଶଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ । ଅନ୍ୟ ଜଣେ ବ୍ୟାଗ ଖୋଲି ସେଥିରେ ଥିବା ୧ ଲକ୍ଷ ୧୫ ହଜାର ଟଙ୍କା ଲୁଟିଥିଲା । ଦୁର୍ବୃତ୍ତମାନେ ରାକେଶଙ୍କ ବାଇକ ଚାବିକୁ ବିଲକୁ ଫିଙ୍ଗି ଦେଇଥିଲେ । ଆସିଥିବା ରାସ୍ତାରେ ଦ୍ରୁତ ବେଗରେ ଫେରାର ହୋଇଯାଇଥିଲେ । ସୂଚନା ପାଇ ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର