ରାଉରକେଲା: ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀଙ୍କଠାରୁ ଟଙ୍କା ଲୁଟିବା ମାମଲାରେ ଟାଙ୍ଗରପାଲି ପୁଲିସ ସୋମବାର ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ମଡର୍ଣ୍ଣ ଇଣ୍ଡିଆ ଲେବର କଲୋନିର ବିଶ୍ବଜିତ ପ୍ରଧାନ(୨୫) ଓ ଦୀପକ ସ୍ବାଇଁ(୩୦)। ଅଭିଯୁକ୍ତଙ୍କ ପାଖରୁ ୬,୫୦୦ ଟଙ୍କା ଜବତ ହୋଇଛି।

Advertisment

ଉଲ୍ଲେଖଯୋଗ୍ୟ, ଗତ ୩୧ ତାରିଖ ସନ୍ଧ୍ୟା ପ୍ରାୟ ୬ଟା। ଭାରତ ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀ ଟଙ୍କା ଆଦାୟକରି ଅଫିସକୁ ଫେରୁଥିଲେ। ଏନେଇ କୌଣସି ସୂତ୍ରରୁ ସୂଚନା ପାଇ ତିନିଜଣ ଅଭିଯୁକ୍ତ ତାଙ୍କଠାରୁ ୨୮,୭୬୫ ଟଙ୍କା ଲୁଟିନେଇଥିଲେ। ଏନେଇ ଟାଙ୍ଗରପାଲି ପୁଲିସ ଥାନାରେ ଏତଲା ହୋଇଥିଲା। ପୁଲିସ ପୂର୍ବରୁ ଜଣେ ଅଭିଯୁକ୍ତ ଶ୍ରୀମନ୍ତ ସ୍ବାଇଁଙ୍କୁ ଗିରଫକରି କୋର୍ଟଚାଲାଣ କରିବାସହ ତା’ଠାରୁ ୧୫,୩୭୦ ଟଙ୍କା ଜବତ କରିଥିଲେ। ତେବେ ଶ୍ରୀମନ୍ତର ଗିରଫ ସୂଚନା ପାଇଁ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଶେଷରେ ପୁଲିସ ଆଜି ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାପରେ ସଫଳ ହୋଇଛି।