ଜଳେଶ୍ଵର: ଯାଜପୁରରୁ ଏକ ବଡ଼ ଧରଣର ଡ଼କାୟତି କରି ପଶ୍ଚିମବଙ୍ଗକୁ ଖସିଯାଉଥିବାବେଳେ ଏକ ୧୦ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳ ଜଳେଶ୍ଵର ପୁଲିସ ହାତରେ ଧରାପଡିଛନ୍ତି। ଡକାୟତି ହୋଇଥିବା ୧୫ ଲକ୍ଷ ଟଙ୍କା ସେମାନଙ୍କ ନିକଟରୁ ଜବତ ହୋଇଛି। ସେହିପରି ଡକାୟତି ସମୟରେ ସେମାନେ ବ୍ୟବହାର କରିଥିବା ଏକ ସ୍କର୍ପିଓ ଓ ଆର୍ଟିଗା ଗାଡି ଏବଂ ୧୦ ଟି ମୋବାଇଲ ଜବତ ହୋଇଛି। ଡକାୟତମାନେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ବୋଲି କୁହାଯାଇଛି। ବିବରଣୀରୁ ପ୍ରକାଶ ଯେ ଗତ ୧୮ ତାରିଖ ଦିନ ସନ୍ଧ୍ୟାରେ ଭୁବନେଶ୍ୱର ଅଞ୍ଚଳର ଜଣେ ବିଲଡର କୌଣସି ଏକ କାର୍ଯ୍ୟରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାଉ ଅଞ୍ଚଳକୁ ଆସିଥିବାବେଳେ ଏହି ୧୦ ଜଣିଆ ଡକାୟତ ଦଳ ତାଙ୍କୁ ଭୟଭୀତ କରି ୧୫ ଲକ୍ଷ ଟଙ୍କା ଡକାୟତ କରି ସେଠାରୁ ପଶ୍ଚିମବଙ୍ଗ ଅଭିମୁଖେ ଖସି ଆସିଥିଲେ।
ଏହି ଘଟଣା ସମ୍ପର୍କରେ ଯାଜପୁର ପୁଲିସ ଜାଣିବା ପରେ ବାଲେଶ୍ଵର ଏସପିଙ୍କ ସହ ଯୋଗାଯୋଗ କରିଥିଲେ । ସେହି ଆଧାରରେ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଜିଲ୍ଲାର ସମସ୍ତ ଥାନା ସମେତ ୬୦ ନମ୍ବର ଜାତୀୟ ରାଜପଥରେ ଥିବା ଜଳେଶ୍ଵର ନାକା ପଏଣ୍ଟକୁ ସଜାଗ କରାଯାଇଥିଲା।
/sambad/media/post_attachments/wp-content/uploads/2022/06/c2475a61-4fb4-452a-a911-0c1357900317-e1655720686621-300x225.jpg)
ରାତି ପ୍ରାୟ ସାଢେ ୯ ଟା ସମୟରେ ସ୍କର୍ପିଓ ଓ ଆର୍ଟିଗା ଗାଡି ଦୃତ ଗତିରେ ନାକା ପଏଣ୍ଟକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ସେଠାରେ ନିୟୋଜିତ ଥିବା ପୁଲିସ କର୍ମଚାରୀମାନେ ଅଟକାଇବା ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ସେମାନେ ମଧ୍ୟ ଡକାୟତି କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/1ca2b79c-96c5-4c65-970e-31bf75391373.jpg)