ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମାର୍ଥାପୁର ପଞ୍ଚାୟତ ଆଳୋଇ ମାଣିଆ ସାହି ନିକଟରେ ଆଜି ରାତିରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଲୁଟେରା ଛୁରା ମାଡ଼ କରିଛନ୍ତି | ତାଙ୍କ ବେକ, ମୁଣ୍ଡ, ହାତ ଓ ପେଟରେ ଗଭୀର ଆଘାତ ଲାଗିଛି | ଦୀର୍ଘ ସମୟ ରାସ୍ତା କଡ଼ରେ ଚେତାଶୂନ୍ୟ ଅବସ୍ଥାରୁ ଉଠି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଘଟଣା ବାବଦରେ କହିଥିଲେ | ଆହତ ବ୍ୟକ୍ତି ହେଲେ ଚାରିଛକ ଭଇଁଚି ଗୋରଡ଼ି ଗ୍ରାମର ତୁଷାର ସାହୁ ( ୪୫ ) | ତୁଷାର ନିମାପଡା ଗଡ଼ଅନ୍ଣ୍ଡିଆରେ ଭଡା ଘରେ ସପରିବାର ରୁହନ୍ତି | ଗତ ୨ ଦିନ ତଳେ ସେନାରୁ ଅବସର ନେଇ ଘରକୁ ଆସିଥିଲେ |
ଆଜି ସନ୍ଧ୍ୟାରେ ବାଲିପାଟଣା ଥାନା ଆଳୋଇକୁ କୌଣସି କାମରେ ସ୍କୁଟିରେ ଆସିଥିଲେ | ତାଙ୍କ ପଛରୁ ଏକ ବାଇକରେ କିଛି ଯୁବକ ଆସି ମୁହଁକୁ ସ୍ପ୍ରେ କରିଥିଲେ | ଗାଡ଼ିରୁ ପଡିଯିବା ପରେ ତାଙ୍କୁ ଅତର୍କିତ ଭାବେ ଛୁରା ମାଡ଼ କରିଥିବା ସହ ମୋବାଇଲ ଲୁଟି ନେଇଛନ୍ତି | ବାଲିପାଟଣା ପୁଲିସ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲ କୁ ପଠାଯାଇଛି | ବାଲିପାଟଣା ପୁଲିସ ହସ୍ପିଟାଲରେ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି |