ଯାଜପୁର/ରଗଡି: ଯାଜପୁରରୋଡ ଥାନା ତଳଗଡ ପଞ୍ଚାୟତ ନୂଆଗଡ ଗ୍ରାମରେ ୨ଟି ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଲୁଟେରା ଗୋଟିଏ ଘରେ କେହି ସଦସ୍ୟ ନଥିବାର ସୁଯୋଗ ନେଇ ଘରର ପଛ ଝରକା ଭାଙ୍ଗି ଘରେ ପଶି ଲୁଟ କରିଥିବା ବେଳେ ଅନ୍ୟ ଏକ ଘରୁ ମଧ୍ୟ ସମାନ ଶୈଳୀରେ ଲୁଟ କରିଛନ୍ତି।
କିନ୍ତୁ କେହି ପଡୋଶୀ ଚୋରି ସଂପର୍କରେ ଜାଣିଦେବା କି ଚୋରିକୁ ରୋକିବାକୁ ଉଦ୍ୟମ କରିବା ପୂର୍ବରୁ ଲୁଟେରାମାନେ ଚୋରି କରିଥିବା ୨ଟି ଘର ପଡୋଶୀଙ୍କୁ ବାହାର ପଟୁ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି। ତେବେ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା,ଟଙ୍କା ଓ ନିତ୍ୟ ବ୍ୟବହାର ଜିନିଷ ଚୋରି କରି ନେଇଥିବା ଜଣାଯାଇଛି।
ଖବର ପାଇଁ ପୁଲିସ ପହଞ୍ଚି ତହନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ଜରିଆରେ ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/34997f8c-6e61-4dc7-9714-124b7d73759d.jpg)