ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ- କଢ଼ାମଲ ରାସ୍ତାରେ ବୋମା ପକାଇ ଛେଳି ବ୍ୟବସାୟୀଙ୍କୁ ଲୁଟ୍ ଉଦ୍ୟମ ହୋଇଛି। ବୋମାମାଡ଼ରେ ଛେଳି ବ୍ୟବସାୟୀଙ୍କ ପିକ୍ ଅପ୍ ଭ୍ୟାନର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଛେଳି ବ୍ୟବସାୟୀ ଜଣକ ଆଜି ସକାଳେ ଛେଳି କିଣିବା ପାଇଁ ନୟାଗଡ଼ ଜିଲ୍ଲା କଣ୍ଟିିଲୋ ଅଭିମୁଖେ ଏପି ୩୧ଟିଏଚ୍ ୪୪୭୮ ନମ୍ବର ବିଶିଷ୍ଟ ପିକ୍ ଅପ୍ ଭ୍ୟାନ ଯୋଗେ ଯାଉଥିଲେ। ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ୩ଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଗେଡ଼ିଆପଲ୍ଲୀ- କଢ଼ାମଲ ରାସ୍ତାରେ ଅଟକାଇବା ସହିତ ହଠାତ ଏକ ଶକ୍ତିଶାଳୀ ବୋମା ସେମାନଙ୍କ ଉପରକୁ ଫିଙ୍ଗିଥିଲେ। ବୋମାଟି ଡ୍ରାଇଭରଙ୍କ ପାଖରେ ପଡ଼ିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଡ୍ରାଇଭରଙ୍କ ନାମ ବୁଜୁ ରାଓ। ତେବେ ବୋମା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଲୁଟେରାମାନେ ଲୁଟ୍ କରିବାରୁ ବିଫଳ ହୋଇଥିଲେ ଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।। ଗୁରୁତର ଅବସ୍ଥରେ ଡ୍ରାଇଭର ବୁଜୁ ରାଓଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବେଗୁନିଆ: ଛେଳି ବ୍ୟବସାୟୀଙ୍କ ଉପରକୁ ବୋମା ପକାଇ ଲୁଟ୍ ଉଦ୍ୟମ
/sambad/media/post_attachments/wp-content/uploads/2018/03/begunia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)